୧୦ କୋଟି ଜରିମାନା ନଦେଲେ ଶଶିକଳା ଭୋଗିବେ ଆହୁରି ୧୩ ମାସ ଜେଲଦଣ୍ଡ

୧୦ କୋଟି ଜରିମାନା ନଦେଲେ ଶଶିକଳା ଭୋଗିବେ ଆହୁରି ୧୩ ମାସ ଜେଲଦଣ୍ଡ

ବାଙ୍ଗାଲୁର, ଫେବୃଆରୀ ୨୨: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷି ସାବ୍ୟସ୍ତ ହୋଇ ଜେଲରେ ଥିବା ଆଇଏଡ଼ିଏମ୍‌କେ ନେତା ଶଶିକଳାଙ୍କ ପାଇଁ ପୁଣି ଅଡ଼ୁଆ ବଢ଼ିଛି । ସୁପ୍ରୀମକୋର୍ଟଙ୍କ ଦ୍ୱାରା ଜରିମାନା କରାଯାଇଥିବା ୧୦ କୋଟି ଟଙ୍କା ଯଦି ସେ ପୈଠ ନକରନ୍ତି ତେବେ ତାଙ୍କୁ ଆହୁରି ୧୩ ମାସ ଜେଲରେ ବିତାଇବାକୁ ପଡ଼ିବ । ଜେଲର ସୁପରିଟେଣ୍ଡେଣ୍ଟ କ୍ରିଷ୍ଣା କୁମାର ଏନେଇ ସୂଚନା ଦେଇଛନ୍ତି ।
ସୁଚନାଯୋଗ୍ୟ ଯେ, ଫେବୃଆରୀ ୧୪ରେ ସୁପ୍ରୀମକୋର୍ଟଙ୍କ ଦ୍ୱାରା ଶଶିକଳା ଦୋଷି ସାବ୍ୟସ୍ତ ହୋଇଥିଲେ । କୋର୍ଟ ଶଶିକଳା ଏବଂ ତାଙ୍କର ପ୍ରୀୟଜନଙ୍କୁ  ୪ ବର୍ଷର ଜେଲ ଦଣ୍ଡାଦେଶ ଦେବା ସହ ୧୦ କୋଟି ଟଙ୍କାର ଜରିମାନା କରିଥିଲେ ।  ପୂର୍ବରୁ ୨୦୧୪ ମସିହାରେ  ଶଶିକଳା ୨୧ ଦିନ ଜେଲରେ ବିତାଇଥିବାରୁ ତାଙ୍କୁ ଆଉ ୩ ବର୍ଷ ୧୧ ମାସ ବିତାଇବାକୁ ପଡ଼ିବ । 
ଏବେ ଶଶିକଳା ପାରାପନ୍ନା ଅଗ୍ରହରା ଜେଲ୍‌ରେ ଜେଲଦଣ୍ଡ ଭୋଗୁଛନ୍ତି । ଶଶିକଳା ଏବଂ ତାଙ୍କର ପ୍ରୀୟଜନମାନଙ୍କୁ ଜେଲରେ ସାଧାରଣ କଏଦି ଭାବରେ ଚିକିତ୍ସା କରାଯାଉଛି ।