ମହାରାଷ୍ଟ୍ର ନଗରପାଳିକା ନିର୍ଵାଚନ

ମହାରାଷ୍ଟ୍ର ନଗରପାଳିକା ନିର୍ଵାଚନ

ମୁମ୍ବାଇ,ଫେବୃୟାରୀ୨୩: ମୁମ୍ବାଇ, ପୁଣେ ଏବଂ ନାଗପୁର ସମେତ ମହାରାଷ୍ଟ୍ରର ୧୦ ନଗରପାଳିକା ନିଗମ କର୍ପୋରେସନ, ୧୧ ଜିଲ୍ଲା ପରିଷଦ ଏବଂ ୧୧୮ ପଞ୍ଚାୟତ ସମିତିରେ ହୋଇଥିବା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ମୁମ୍ବାଇ-ଥାନେ ନଗରପାଳିକା ନିଗମ ନିର୍ବାଚନରେ ଶିବସେନା ଅଧିକ ସିଟରେ ଆଗୁଆ ରହି ଏକ ନମ୍ବର ଦଳ ଭାଵେ ଉଭା ହୋଇଛି । ମହାରାଷ୍ଟ୍ର ନଗର ନିଗମ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତାର ପତିଆରା ବଜାୟ ରଖିଛି । ଏଠାରେ ବିଜେପି ଦ୍ଵିତୀୟ ସ୍ଥାନରେ ରହିଛି । ମହାରାଷ୍ଟ୍ରର ୧୦ଟି ମହାନଗର ନିଗମ ମଧ୍ୟରୁ ୬ ଟିରେ ଭାଜପା ଆଗୁଆ ରହିଛି । ଏହିପରି ପିମ୍ପରି ଚିଞ୍ଚଓ୍ଵାଡରେ ଏନସିପି ଆଗରେ ରହିଛି । ଏହି ନିର୍ବାଚନରେ କଂଗ୍ରେସ ଏବଂ ଏନସିପିକୁ ବହୁତ ବଡ଼ ଝଟକା ଲାଗିଛି । ଏହି ଦୁଇ ଦଳ ନିର୍ବାଚନରେ ଆଶାନୁରୂପ ସଫଳତା ପାଇପାରି ନାହାନ୍ତି । ମୁମ୍ବାଇ ନଗରପାଳିକା ନିଗମରେ  ଶିବସେନା ୯୩ଟି ସିଟରେ ଆଗୁଆ ଥିବା ଵେଳେ ବିଜେପି ୭୦ ଏଵଂ କଂଗ୍ରେସ ୨୨ ଟି ସିଟରେ ଆଗରେ ରହିଛି । ଚାଲିଥିବା ଭୋଟ ଗଣତିରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ଭାଜପା ୧ ନମ୍ବର ଦଳ ଭାବେ ସାରା ରାଜ୍ୟରେ ଆଗୁଆ ଥିବା ବେଳେ ଦ୍ୱିତୀୟ ବଡ଼ ଦଳ ଭାବେ ଉଭା ହୋଇଛି ଶିବସେନା ।

ସୂଚନା ଅନୁସାରେ ସାଢ଼େ ୩ଟା ସୁଦ୍ଧା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଯିବ । ସୂଚନାଯୋଗ୍ୟ ରାଜ୍ୟର ମୁମ୍ଵାଇରେ ୨୨୭ସିଟ, ପୁଣେ ୧୬୨, ଥାଣେ୧୩୧, ନାଗପୁର ୧୫୫, ପିମ୍ପରି ଚିଞ୍ଚଡି୧୨୮, ନାସିକ ୧୨୨, ସୋଲାପୁର ୧୦୨, ଅକୋଲା ୮୦, ଅମରାବତୀ ୮୭ ଓ ଉଲ୍ଲାସନଗର ନରପାଳିକା ନିଗମର ୭୮ ସିଟରେ  ଫେବୃୟାରୀ ୨୧ରେ ମତଦାନ ହୋଇଥିଲା ।

ମୁମ୍ବାଇ ସହରର ମରାଠ ବହୁଳ ଦାଦର-ନାଇଗମ୍‌-ପରେଲ-ଲାଲ୍‌ବଙ୍ଗ ଅଞ୍ଚଳରେ ଶିବସେନା  ଭଲପ୍ରଦର୍ଶନ କରିଛି । କଂଗ୍ରେସ ଗଡ଼ ରୂପେ ପରିଚିତ ଧରାବୀ ଏବଂ ନାଇଗମ୍‌ରେ ଶିବସେନା ଧସେଇ ପଶିଛି । ଅନ୍ୟପକ୍ଷରେ ମୁମ୍ବାଇର ମୁଲୁଣ୍ଡ େଓ୍ଵଷ୍ଟ ଓ ଇଷ୍ଟର ସମସ୍ତ କର୍ପୋରେଟର ଆସନ ବିଜେପି ଖାତାକୁ ଯାଇଛି । ୨୦୧୨  ନିର୍ବାଚନ ଅପେକ୍ଷା ଏଥର ବିଜେପି ଭଲ ପ୍ରଦର୍ଶନ କରିଛି ବୋଲି କୁହାଯାଉଛି ।