ଟଙ୍କା ବାଣ୍ଟିବା ଅଭିଯୋଗରେ ଗିରଫ ହେଲେ ଛତିଶଗଡ଼ ବିଜେପି ନେତା ଲେକେଶ କବାଡ଼ିଆ

ଟଙ୍କା ବାଣ୍ଟିବା ଅଭିଯୋଗରେ ଗିରଫ ହେଲେ ଛତିଶଗଡ଼ ବିଜେପି ନେତା ଲେକେଶ କବାଡ଼ିଆ

ଭବାନୀପାଟଣା,ଫେବୃୟାରୀ୨୧: ଚଳିତ ପଞ୍ଚାୟତ ନିର୍ବାଚନରେ ଟଙ୍କା ବାଣ୍ଟିବା ଅଭିଯୋଗରେ କଳାହାଣ୍ଡି ପୋଲିସ ଛତିଶଗଡ଼ର ବିଜେପି ନେତାଙ୍କୁ ଗିରଫ କରିଛି । ତାଙ୍କ ନାମ ଲୋକେଶ କବାଡ଼ିଆ। ସେ ଛତିଶଗଡ଼ ବିଜେପି ଏନଜିଓ ସେଲର ସଂପାଦକ ଅଛନ୍ତି । ତେବେ ପୋଲିସ ଲୋକେଶ କବାଡ଼ିଆ ସମେତ ମୋଟ ୯ ଜଣଙ୍କୁ ଗିରଫ କରିଛି । 
ଗତକାଲି ଥୁଆମୂଳା ରାମପୁର ଗାଁରେ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ପୋଲିସ ଲୋକେଶଙ୍କୁ ଅଟକ  ରଖିଥିଲା । ପୋଲିସ ସେମାନଙ୍କ ଠାରୁ ୨.୧୧ ଲକ୍ଷ ଟଙ୍କା ଓ ୪ଟି ଗାଡ଼ି ଜବତ କରିଥିବା ସୂଚନା ମିଳିଛି ।
 
ସୁଚନା ଯୋଗ୍ୟ ଯେ, ଉଲ୍ଲେଖନୀୟ ଗତକାଲି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଜଲଦା ପଞ୍ଚାୟତରେ ଟଙ୍କା, ଛତା ଓ କମ୍ବଳ ବାଣ୍ଟି ବିଜେଡିର ପୂର୍ବତନ ବିଧାୟକ ଏବଂ ମନ୍ତ୍ରୀ ସାରଦା ନାୟକଙ୍କୁ ହଟହଟା ହେବାକୁ ପଡ଼ିଥିଲା । ଲୋକେ ତାଙ୍କୁ ୩ ଘଣ୍ଟା ଧରି ଅଟକ ରଖିଥିଲେ । ପୋଲିସ ଏହାର ସୂଚନା ପାଇ ତାଙ୍କୁ ଉଦ୍ଧାର କରିଥିଲେ ।