ଶ୍ରୀମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗରେ ପିଅନ ନିଳମ୍ବିତ

ଶ୍ରୀମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗରେ ପିଅନ ନିଳମ୍ବିତ

ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି କରିବା ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ଆଜି ସନ୍ଧ୍ୟାରେ ଜଣେ ନିୟମିତ ପିୟନଙ୍କୁ ନିଳମ୍ବିତ କରିଛି।

ମିଳିଥିବା ସୂଚନା ଅନୁସାରେ ଅନ୍ୟ ଦିନ ଭଳି ଆଜି ସନ୍ଧ୍ୟା ୬ଟାରେ ଶ୍ରୀମନ୍ଦିରର ଦାମୋଦର ପଣ୍ଡା, କିରାଣି ଧରଣୀଧର ନାୟକ, ନିୟମିତ ପିଅନ୍‌ ଉମା ରଥ ଓ ଡ୍ୟୁଟି ଅଫିସର ଜଳନ୍ଧର ବେବେହରାଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ହୁଣ୍ଡିର ଟଙ୍କା ଗଣା ଯାଇଥିଲା।

ଗଣତି ପରେ ଟଙ୍କାକୁ ନିର୍ଦ୍ଧିଷ୍ଟ ସ୍ଥାନରେ ରଖିବାକୁ ଯାଉଥିବାବେଳେ କୌଶଳକ୍ରମେ ଉମା ରଥ ୨ଟି ୨୦୦୦ଟଙ୍କିଆ ନୋଟ୍‌କୁ ପକେଟ୍‌ରେ ଭର୍ତ୍ତି କରିଦେଇଥିଲା। ଏହି ଘଟଣାକୁ ଜଗନ୍ନାଥ ମନ୍ଦିର ପୁଲିସର କାର୍ୟ୍ୟରତ ପୁଲିସ ପ୍ରଦୀପ ଜେନା ଦେଖି ମନ୍ଦିର ପ୍ରଶାସନକୁ ଜଣାଇ ଥିଲେ।