ଚଳିତ ବର୍ଷ ଅମରନାଥଙ୍କୁ ସବୁଠାରୁ କମ୍‌ ଭକ୍ତ ଦର୍ଶନ କରିଛନ୍ତି

ଚଳିତ ବର୍ଷ ଅମରନାଥଙ୍କୁ ସବୁଠାରୁ କମ୍‌ ଭକ୍ତ ଦର୍ଶନ କରିଛନ୍ତି

ଶ୍ରୀନଗର: ଆଜି ଶେଷ ହୋଇଛି ପବିତ୍ର ଅମରନାଥ ଯାତ୍ରା। ପ୍ରତିବର୍ଷ ଏହି ଯାତ୍ରାରେ ସାମିଲ ହୋଇଥାଆନ୍ତି ଲକ୍ଷାଧିକ ଭକ୍ତ। ଦକ୍ଷିଣ କାଶ୍ମୀରସ୍ଥିତ ପବିତ୍ର  ଅମରନାଥ ଗୁମ୍ଫାକୁ ଚଳିତବର୍ଷ ୨.୨୦ଲକ୍ଷ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ତେବେ,  ପୂର୍ବବର୍ଷମାନଙ୍କ ଅପେକ୍ଷା ଚଳିତବର୍ଷ ସବୁଠାରୁ କମ୍‌  ଭକ୍ତ  ଅମରନାଥ ଯାତ୍ର କରିଥିବା ଜଣାଯାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ୧.୩୧ ଲକ୍ଷ ଭକ୍ତ କମି ଯାଇଛନ୍ତି।
 
ଜଣେ ସରକାରୀ ମୁଖପାତ୍ରଙ୍କ କହିବା ଅନୁସାରେ, ଚଳିତବର୍ଷ ଅଗଷ୍ଟ ୧୬ ପର୍ୟ୍ୟନ୍ତ ୨,୨୦,୨୯୫ ଯାତ୍ରୀ ଗୁମ୍ଫାରେ ଅମରନାଥଙ୍କୁ ଦର୍ଶନ କରିଥିବାବେଳେ ୨୦୧୫ରେ ପ୍ରାୟ ୩,୫୩,୭୭୧ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ।