ଗୋ-ସେବା ଆୟୋଗ ଦାବିରେ ଅନଶନ

ଗୋ-ସେବା ଆୟୋଗ ଦାବିରେ ଅନଶନ

ପୁରୀ : ଗୋ-ସେବା ଆୟୋଗ ଗଠନ ଦାବିରେ ଆସନ୍ତାକାଲି ଠାରୁ ସିଂହଦ୍ଵାର ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହେବ। ହାଇକୋର୍ଟ ଓକିଲ ସଂଗ୍ରାମ କିଶୋର ଶତପଥୀ ଏହି ଦାବି ନେଇ ଅନଶନରେ ବସିବା ପାଇଁ ଘୋଷଣା କରିଛନ୍ତି।

ତୋଟା ଗୋପିନାଥ ପରିସରରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିବା ସହ ଗୋ ହତ୍ୟା ଓ ଚାଲାଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦେଶର ୮ଟି ରାଜ୍ୟରେ ଗୋ-ସେବା ଆୟୋଗ ରହିଛି।

ଏହି ଦାବି ନେଇ ସେ ଗୋଟିଏ ବର୍ଷ ତଳେ ଏଠାରେ ଅନଶନରେ ବସିଥିଲେ। ରାଜ୍ୟ ସରକାର ଗୋ-ସେବା ଆୟୋଗ ଗଠନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଧୋକା ଦେଇଥିବାରୁ ସେ ପୁଣି ଥରେ ଏଭଳି ପଦକ୍ଷେପ ନେବାକୁ ଯାଉଥିବା କହିଛନ୍ତି। 

ଏଥିରେ କ୍ରିୟାଯୋଗ ଇଣ୍ଟରନାସନାଲ ଅଧ୍ୟକ୍ଷ ସ୍ୱାମୀ ପ୍ରଜ୍ଞାନାନନ୍ଦ ଗିରି ଯୋଗଦେଇ ଗୋ ବଂଶର ଦ୍ରୁତ ଅବକ୍ଷୟକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ସୀମାନ୍ତ ରାଜ୍ୟକୁ ଏହା ଯେଭଳି ଚାଲାଣ ହେଉଛି ଆଗାମୀ ୧୫ ବର୍ଷ ମଧ୍ୟରେ ଏହି ବଂଶ ଲୋପ ପାଇବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।