ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ତିରୁପତିରେ ପୁଣି ମହାଦାନ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ତିରୁପତିରେ ପୁଣି ମହାଦାନ

ତିରୁପତି, ଫେବୃଆରୀ ୨୨: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତିରୁପତିରେ ମହାଦାନ କରିଛନ୍ତି । ବୁଧବାର ସେ ୫.୬ କୋଟି ଟଙ୍କାର ସୁନା ଅଳଙ୍କାର ଭଗବାନ ଭେଙ୍କଟେଶ୍ୱର ମନ୍ଦିରକୁ ଦାନ କରିଛନ୍ତି । ସେ ତେଲେଙ୍ଗାନା ପ୍ରଦେଶ ନିର୍ମାଣ ପରେ ଏପରି ଭେଟ ଦେବେ ବୋଲି ମାନସିକ କରିଥିଲେ ।
କେ.ସି.ଆର ମନ୍ଦିରକୁ ନିଜ ସ୍ତ୍ରୀ ଏବଂ କ୍ୟାବିନେଟର ଅନେକ ମନ୍ତ୍ରୀଙ୍କ ସହ ଏକ ସ୍ୱତନ୍ତ୍ର ବିମାନରେ ମଙ୍ଗଳବାର ଅପରାହ୍ନରେ ତିରୁପତିରେ ପହଞ୍ଚିଥଲେ । ବୁଧବାର ମୁଖ୍ୟମନ୍ତ୍ରୀ ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ଶାଲିଗ୍ରାମ ହାରାମ ଖଚିତ ଗହଣା ଭେଟ କରିଥିଲେ। ଯାହାକି ୧୯ କିଲୋଗ୍ରାମର ରହିଥିଲା । 
ଅକ୍ଟୋବର ମାସରେ ସେ ମଧ୍ୟ ଏକ ୧୧.୭୦୦ କିଲୋଗ୍ରାମର ମୁକୁଟ ଓ୍ୱାରାଙ୍ଗଲର ଭଦ୍ରକାଳୀ ମନ୍ଦିରକୁ ଭେଟ ଦେଇଥିଲେ। ତିରୁମାଳାର ଭେଙ୍କଟେଶ୍ୱରଙ୍କୁ ମୁକୁଟ ଏବଂ ହାର ଓ କନକ ଦୁର୍ଗାଙ୍କୁ ନୋଥ ଭୋଟରେ ମଧ୍ୟ ଦେଇଛନ୍ତି ।