ଜେଇ ଟିକାକରଣ ଆସନ୍ତା ୫ତାରିଖରୁ

ଜେଇ ଟିକାକରଣ ଆସନ୍ତା ୫ତାରିଖରୁ

ମାଲକାନଗିରି ୨/୧୨: ମାଲକାନଗିରି ଜିଲ୍ଲାରେ ଜେଇ ଟିକାକରଣ ଆସନ୍ତା ୫ତାରିଖରୁ କରାଯିବାବୋଲି  ନିଷ୍ପତ୍ତିନିଆଯାଇଛି । ଆଜି ଏକ ସ୍ଥାନୀୟ ଡିଆର୍ଡିଏ ସଭାଗୃହରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଡିଏମ୍ଓ, ଏଡିଏମ୍ଓ, ଏଡିଏମ୍, ଉପଜିଲ୍ଲାପାଳ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,  ଏପିଡ, ଡେପୁଟି କଲେକ୍ଟର, ଡିଏସଡବ୍ଲୁଓଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ  ଉପସ୍ଥିତ ଥିଲେ। ଆସନ୍ତା ୫ ତାରିଖ ଠାରୁ ୧୫ ଦିନ ଧରି ସକାଳ ୮ଟାରୁ ସଂଧ୍ୟା ଯାଏଁ ଟିକାକରଣ କରାଯିବାର କାର୍ୟ୍ୟକ୍ରମ ରହିଛି। ପ୍ରତ୍ୟେକ ବୁଧବାର ଛୁଟି ରହିବ ଏବଂ ଆସନ୍ତା ୧୧ ତାରିଖ ମଧ୍ୟ ଛୁଟି ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।