ଖାଇବା ପରେ କ’ଣ କରିବେ ନାହିଁ?

ଖାଇବା ପରେ କ’ଣ କରିବେ ନାହିଁ?

ନିଜର ଦୈନଦିନ ଜୀବନରେ ଆମେ ସୁସ୍ଥ ରହିବା ପାଇଁ ଅନେକ ପନ୍ଥା ଆପଣାଇ ଥାଉ । ତେବେ ଆମର କିଛି ବଦଭ୍ୟାସ ବେଳେବେଳେ ଆମକୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼େ । ତେଣୁ ଏପରି କେଉଁ କଥା ଆମେ ଖାଇବା ପରେ ନକରିବା ଚାଲନ୍ତୁ ନଜର ପକାଇବା ।
୧.    ଚା’ପିଇବା: ଖାଇସାରିବା ପରେ ଚା ପିଅନ୍ତୁ ନାହିଁ । ଏହାଫଳରେ ପ୍ରୋଟିନ୍‌ ହଜମ କ୍ରିୟାରେ ବାଧା ଉପୁଯାଇ ଥାଏ । ସେଥିପାଇଁ ଆପଣ ଖାଇ ସାରିବାର ଅନ୍ତତଃ ଦୁଇଘଣ୍ଟା ପରେ ଚା’ ପିଅନ୍ତୁ । 
୨.    ସ୍ନାନ କରିବା: ଖାଇସାରିବା ପରେ ଗାଧୋଇବା ଅନୁଚିତ୍‌ କାରଣ ଏହା ଶରୀରକୁ ଥଣ୍ଡା କରିଦିଏ । ଫଳରେ ରକ୍ତ ସଂଚାଳନ ଠିକ୍‌ ଭାବେ ହୋଇନଥାଏ । ଏଥିସହ ହଜମ କ୍ରିୟା ମଧ୍ୟ ବାଧା ପ୍ରାପ୍ତ ହୁଏ । ତେଣୁ ଖାଇବାର ଅଧଘଣ୍ଟା ପରେ ସ୍ନାନ କରନ୍ତୁ । 
୩.    ଫଳ ଖାଇବା: ଖାଇସାରିବା ପରେ ଫଳ ଖାଇବା ଅନୁଚିତ ।  ଏହା ଭଲ ଭାବରେ ହଜମ ହୋଇନଥାଏ ।
୪.    ଧୂମପାନ: ଖାଦ୍ୟ ଗ୍ରହଣ କରିସାରିବା ପରେ ସିଗାରେଟ ଟାଣିବା ଅନୁଚିତ୍‌ । ଏହା ପରବର୍ତ୍ତୀ ସମୟରେ  କ୍ୟାନ୍‌ସର, ହାର୍ଟ ସଂପୃକ୍ତ ରୋଗ ଏବଂ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିପାରେ ।
୫.     ଶୋଇବା: ଖାଇସାରିବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ। ଏହାଦ୍ୱାରା ହଜମ ଠିକ୍‌ ଭାବେ ହୁଏ ନାହିଁ ।  ଫଳରେ ଶରୀରରେ ଗ୍ୟାସ ଓ ଏସିଡଟି ଆଦି ସମସ୍ୟା ଦେଖଦେଇପାରେ । ତେଣୁ ଖାଇବାର ୨ଘଣ୍ଟା ପରେ ଶୋଇବାକୁ ଯିବା ଉଚିତ ।