ପରିମଳ ବ୍ୟବସ୍ଥା ତଦାରଖ ଏବଂ ତୁଳସୀପୁରରେ ଜଣ୍ଡିସ୍ ବ୍ୟାପିବାକୁ ନେଇ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ବୈଠକ

ପରିମଳ ବ୍ୟବସ୍ଥା ତଦାରଖ ଏବଂ ତୁଳସୀପୁରରେ ଜଣ୍ଡିସ୍ ବ୍ୟାପିବାକୁ ନେଇ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ବୈଠକ

କଟକ, ଫେବୃଆରୀ ୨୬: କଟକ ତୁଳସୀପୁରରେ ବ୍ୟାପୁଥିବା ଜଣ୍ଡିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । କଟକରେ ଜଣ୍ଡିସର ମୁକାବିଲା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜଣ୍ଡିସର ସ୍ଥିତି ସୁଧାରିବା ପାଇଁ ୫୦ଟି ସ୍ୱତନ୍ତ୍ର ସ୍କ୍ୱାଡ଼୍‌ ଗଠନ କରାଯାଇଛି । ଏମାନେ ୨୫ଟି ଆକ୍ରାନ୍ତ ଅଞ୍ଚଳରେ କାମ କରିବା ସହ ଅନ୍ୟ ୨୫ଟି ଓ୍ୱାର୍ଡ଼ ବୁଲିବେ । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପାଣି ପାଇପ୍‌ ଯାଞ୍ଚ କାମ ସରିବାକୁ ନିଷ୍ପତି ନିଆଯାଇଥିବା ସମୀକ୍ଷା ବୈଠକ ପରେ କେନ୍ଦ୍ରାଞ୍ଚଳ ଆରଡ଼ିସି ସୂଚନା ଦେଇଛନ୍ତି ।
ତେବେ ଏଯାବତ ୭୭ଟି ନମୂନା ଜଣ୍ଡିସ ପଜିଟିଭ ଆସିଥିବା ଜଣାପଡ଼ିଥିବା ସେ ମଧ୍ୟ ସୂଚନା ଦେଇଛନ୍ତି । ଏଥିରେ ପିଏଚ୍‌ଡି ଓ ଆର୍‌ ଆଣ୍ଡ ବି ଅଧିକାରୀ, ସିଏମ୍‌ସି ଅଧିକାରୀ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଥିଲେ।
ପୁବର୍ରୁ ତୁଳସୀପୁର ଅଞ୍ଚଳରେ ବ୍ୟାପୁଥିବା ଜଣ୍ଡିସ ପରିସ୍ଥିତିର ସମୀକ୍ଷା କରିଥିଲେ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର । ତୁଳସୀପୁର ଅଞ୍ଚଳରେ ଜଳ ଯୋଗାଣ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ପାଇପ ଲାଇନ୍‌ରେ ଆବର୍ଜନାଯୁକ୍ତ ପାଣି ମିଶିବା ଫଳରେ ପାନୀୟ ଜଳ ଦୂଷିତ ହୋଇଛି। ଏପରିକି ପାନୀୟ ଜଳ ଯୋଗାଣରେ ବ୍ୟବହୃତ ପାଇପ୍‌ ଲାଇନ୍‌ ଦୀର୍ଘ ୪ ଦଶନ୍ଧି ପୁରୁଣା ହୋଇଥିବାରୁ ଏହା ଖରାପ ମଧ୍ୟ ହୋଇଯାଇଛି। ତେବେ ପାଇପ୍‌ ଗୁଡ଼ିକ ଉପରେ ଆବର୍ଜନାଯୁକ୍ତ ପାଣି ଯାଇଥିବା ବେଳେ ଏଥିରେ ଫାଟ ସୃଷ୍ଟି ହେବା ଦ୍ୱାରା ଜଳ ଦୂଷିତ ହେଉଅଛି। ଏଗୁଡ଼ିକ ଠିକ୍‌ କରାନଯିବାରୁ ଏହା ଖରାପ ହେବାରେ ଲାଗିଥିବା ଅଭିଯୋଗ ହୋଇଥିଲା।