ସମୀକ୍ଷା କେବଳ ପ୍ରତିଶୃତିରେ ରହିଯାଇଛି, କଟକରେ ଜଣ୍ଡିସ ସ୍ଥିତି ଜଟିଳ

ସମୀକ୍ଷା କେବଳ ପ୍ରତିଶୃତିରେ ରହିଯାଇଛି, କଟକରେ ଜଣ୍ଡିସ ସ୍ଥିତି ଜଟିଳ

କଟକ,ଫେବୃୟାରୀ ୨୭: ଦିନକୁ ଦିନ କଟକରେ ଜଣ୍ଡିସ ସ୍ଥିତି ଜଟିଳ ହେବାରେ ଲାଗିଛି । ମଠସାହି, ବଙ୍ଗାଳିସାହିରେ ଏହି ରୋଗରେ ଅନେକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କଟକ ବିଏମ୍‌ସିରେ ୮,୯ ଓ ୧୦ ନମ୍ବର ୱାାର୍ଡରେ ପ୍ରାୟ ୭୫ ଜଣ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ମଠସାହିରେ ଜଣେ ପିଡ଼ିତ ମହିଳା ମୃତ୍ୟୁବରଣ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।
ଅନ୍ୟପଟେ ଆରଡିସି ଓ.ବି. ଓତାଙ୍କ ଅଧ୍ୟକ୍ଷତାରେ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ୮,୯,୧୦ ନମ୍ବର ୱାର୍ଡ ସହ  ସହରର ସମସ୍ତ ୱାର୍ଡରେ ପାଣି ପାଇବ୍ ଯାଂଚ କରାଯାଇ ପାନୀୟ ଜଳର ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି ।ଜଣ୍ଡିସ ସ୍ଥିତି ସମୀକ୍ଷା ପାଇଁ ୫୦ଟି ସ୍କ୍ୱାଡ୍ ଗଠନ କରାଯାଇଥିବା ସୂଚନା ମିଳିଛି ।