ତୁଳସୀପୁରରେ ବ୍ୟାପୁଥିବା ଜଣ୍ଡିସର ସମୀକ୍ଷା କଲେ ଜିଲ୍ଲାପାଳ ଏବଂ ବିଧାୟକ

ତୁଳସୀପୁରରେ ବ୍ୟାପୁଥିବା ଜଣ୍ଡିସର ସମୀକ୍ଷା କଲେ ଜିଲ୍ଲାପାଳ ଏବଂ ବିଧାୟକ

କଟକ, ଫେବୃଆରୀ ୨୪: କଟକ ଜିଲ୍ଲା ତୁଳସୀପୁର ଅଞ୍ଚଳରେ ବ୍ୟାପୁଥିବା ଜଣ୍ଡିସ ପରିସ୍ଥିତିର ସମୀକ୍ଷା କରିଛନ୍ତି କଟକ ବିଧାୟକ ଏବଂ ଜିଲ୍ଲାପାଳ । ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଜଣ୍ଡିସ ପ୍ରଭାବିତ ଅଞ୍ଚଳରେ ବୁଲିଦେଖିବା ସହ ପରିମଳ ବ୍ୟବସ୍ଥା ବିଷୟରେ ଯାଞ୍ଚ କରିଛନ୍ତି ।
ଯାଞ୍ଚ ସାରି ଫେରିବା ପରେ ସୂଚନା ଦେଇ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି ଯେ, କଟକ ମୁନିସିପାଲ କରପୋରେସନ୍‌ର ଓ୍ୱାଡ଼ ନଂ -୮,୯,୧୦ ଓ୍ୱାର୍ଡ଼ରେ ଜଣ୍ଡିସ ନିଜର ପ୍ରଭାବ ବିସ୍ତାର କରିଛି । ତେବେ ଏଥିରେ ମୋଟ ୭୬ ଜଣ ଲୋକ ପିଡ଼ିତ ହୋଇଛନ୍ତି । ଆକ୍ରାନ୍ତମାନଙ୍କୁ ଏସ୍‌ ସିବି ଏବଂ ସିଟି ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲୁରହିଛି । ପିଇବା ପାଣି ପାଇପ୍‌ରୁ ସଂକ୍ରମଣ ହେବା ଫଳରେ ଏପରି ହୋଇଛି ।