ଭିଟାମିନ-ଵି ହାଇଡୋଜ୍ ନିଅନ୍ତୁ

ଭିଟାମିନ-ଵି ହାଇଡୋଜ୍ ନିଅନ୍ତୁ

ଭୁବନେଶ୍ୱର, ଫେବୃୟାରୀ ୨୧: ଗମ୍ଭୀର ମାନସିକ ରୋଗ ସିଜୋଫ୍ରେନିଆ ରୋଗୀଙ୍କ ଚିକିତ୍ସା ଭିଟାମିନ-ଵି (ଵି-୬, ଵି-୮ ତଥା ଵି-୧୨) ମଧ୍ୟମରେ ଅତି ସହଜରେ ହୋଇପାରିବ । ରିସର୍ଚରମାନେ କହିଛନ୍ତି ଭିଟାମିନର ହାଇଡୋଜ୍ ଏହି ରୋଗର ଲକ୍ଷଣକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏହା ଏଭଳି ଏକ ରୋଗ ଯାହା ରୋଗୀକୁ ଚିନ୍ତା କରିବା-ବୁଝିବା ଏବଂ ଅନୁଭବ କରିବା ଅଦି କ୍ଷମତାକୁ ପ୍ରଭାବିତ କରିଥାଏ । ନିଷ୍କର୍ସ ମୁତାବକ ଭିଟାମିନ-ବି ର ହାଇଡୋଜ୍ ସିଜୋଫ୍ରେନିଆ ଭାଲାକରୁଥିବା ବେଳେ କମ୍ ଡୋଜ୍ ସେତେଟ ଲାଭଦାୟକ ନୁହେଁ । ବ୍ରିଟେନସ୍ଥିତ ୟୁନିଭର୍ସିଟି  ଅଫ୍ ମାଞ୍ଚେଷ୍ଟର୍ ରେ ଷ୍ଟଡିର ମୁଖ୍ୟ ଲେଖକ ଜୋସେଫ୍ ଫର୍ଥ କହନ୍ତି, ସିଜୋଫ୍ରେନିଆ ରୋଗୀଙ୍କ ଦିଆଯାଇଥିବା ଭିଟାମିନ ଏବଂ ମିନେରାଲ୍ ସୁପ୍ଲିମେଣଟସର ମେଡିକାଲ ଟେସ୍ଟ ମୁତାବକ, ରୋଗୀ ଉପରେ ଭିଟାମିନ-ଵି'ର ସକାରାତ୍ମକ ପ୍ରଭାବ ପଡିଥାଏ ଏବଂ ତା'ର ଲକ୍ଷଣରେ ମଧ୍ୟ କମି ଦେଖିବାକୁ ମିଳିଥାଏ । ଅଜିକାଲି ଏହି ରୋଗର ଚିକିତ୍ସା କରଯାଉଛି ଆଣ୍ଟିସାଇକୋଟିକ ମେଡିସିନ ମାଧ୍ୟମରେ । ଏହି ସବୁ ମେଡିସିନ ସିଜୋଫ୍ରେନିଆ ରୋଗୀଙ୍କ ଉପରେ ପ୍ରଥମେ ପ୍ରଥମେ ଭଲ ପ୍ରଭାବ ପକାଉଥିବାବେଳେ ପାଞ୍ଚବର୍ସ ଭିତରେ ହିଁ ଏହି ମେଡିସିନ ପ୍ରଭାବ କମ୍ ହୋଇଯାଏ । ତେଣୁ ଏଥିରେ ଭିଟାମିନ-ଵି'ର  ହାଇଡୋଜ୍ ସିଜୋଫ୍ରେନିଆ ରୋଗୀଙ୍କ ଏକ ଭଲ ବିକଳ୍ପ ।