ଦୁର୍ବଳ ଲାଗୁଥିଲେ ଏହାକୁ ଖାଆନ୍ତୁ..

ଦୁର୍ବଳ ଲାଗୁଥିଲେ ଏହାକୁ ଖାଆନ୍ତୁ..

1.       ମହୁ ଏବଂ ହଳଦୀ: ଏକ ଚାମଚ ମହୁ ଏବଂ ହଳଦୀ ପାଉଡ଼ର ମିଶାଇ ଦିଅନ୍ତୁ । ଏହାକୁ ନିୟମିତ ଭାବେ ଖାଆନ୍ତୁ ।

2.       କ୍ଷିର ଏବଂ କଦଳୀ: ସକାଳେ ଏବଂ ସନ୍ଧ୍ୟାରେ ଦୁଇ କିମ୍ୱା ତିନିଟି କଦଳୀ ସହ ଏକ ଗ୍ଲାସ ଖିର ପିଅନ୍ତୁ ।

3.       କାଜୁ ଏବଂ ବାଦାମ: 2ରୁ 3ଟି କାଜୁ, 2 ବାଦାମକୁ ଏକ ଗ୍ଲାସ ଖିରରେ ମିଶାଇ ଫୁଟାଇ ନିଅନ୍ତୁ ।ଏଥିରେ ଦୁଇ ଚାମଚ ମିଶ୍ରୀ ମିଶାଇ ରେଗ୍ୟୁଲାର ଶୋଇବା ପୂର୍ବରୁ ପିଅନ୍ତୁ ।

4.       ମେଥି: ଦୁଇ ଚାମଚ ମେଥିର ଦାନା ସହ ଏକ ଗ୍ଲାସ ପାଣି 5 ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ପରେ ଏହାକୁ ଫୁଟାଇ ଛାଣି ନିଅନ୍ତୁ । ଏହା ପରେ ଏଥିରେ ମହୁ ମିଶାଇ ରେଗ୍ୟୁଲାର ଭାବେ ପିଅନ୍ତୁ ।

5.       ପାଳଙ୍ଗ ରସ: ସବୁବେଳେ ଏକ ଗ୍ଲାସ ପାଳଙ୍ଗ ଜୁସ୍‌ ପିଅନ୍ତୁ ।

6.       କିସମିସ୍‌: 10 ରୁ 15ଟି କିସମିସ୍‌କୁ ଗରମ ପାଣିରେ ଧୋଇକରି ରାତିରେ ଭଜାଇ ଦିଅନ୍ତୁ । ସକାଳୁ ଏହାର ପାଣି ପିଅନ୍ତୁ ଏବଂ ଦାନାକୁ ମଧ୍ୟ ଖାଇ ନିଅନ୍ତୁ ।