କମ୍‌ ଶୋଇଲେ କ’ଣ କ୍ଷତି! କଣ ଜାଣନ୍ତୁ

କମ୍‌ ଶୋଇଲେ କ’ଣ କ୍ଷତି! କଣ ଜାଣନ୍ତୁ

ଜଣେ ମଣିଷ ଦୈନକ ୮ ଘଣ୍ଟା ଶୋଇବା ଆବଶ୍ୟକ । ମାତ୍ର ଅନେକ ଲୋକ ନିଜର ଦୈନନ୍ଦିନ ଜୀବନରେ ଏହାଠାରୁ କମ୍‌ ଶୋଇଥାଆନ୍ତି । କାମର ଚାପ ହେଉ କି ଅସନ୍ତୁଳିତ ଜୀବନଚର୍ଯ୍ୟା ଯୋଗୁଁ ଏହା ହୋଇଥାଏ । କେବଳ ଉତ୍ତମ ଖାଦ୍ୟ କି ବ୍ୟାୟାମ ନୁହେଁ ଉତ୍ତମ ନିଦ୍ରା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ।

କମ୍‌ ଶୋଇବା ଯୋଗୁଁ ହେଉଥିବା ବିଭିନ୍ନ ସମସ୍ୟା-

୮ ଘଣ୍ଟାରୁ କମ୍‌ ଶୋଇଲେ ଉଚ୍ଚ ରକ୍ତଚାପ, ଦଇବେଟିକ  ସହ ଅନ୍ୟାନ ରୋଗ ହୋଇଥାଏ । ଆମେରିକା ଏକାଡେମି ଫର୍‌ ସ୍ଲିପ୍‌ ମେଡିସିନ୍‌ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ କମ୍‌ ଶୋଇଲେ ଶରୀରକୁ ଅମ୍ଳଜାନ ଯୋଗାଣ କମ୍‌ ହୋଇଥାଏ ବୋଲି ଜଣାପଡ଼ିଛି । କମ୍‌ ଶୋଇବା ଦ୍ୱାରା ଜଣେ ଶୀଘ୍ର ବୁଢ଼ା ହୋଇଥାଏ। ଏଥି ଯୋଗୁଁ କମ୍‌ ବୟସରେ ବି ବିଭିନ୍ନ ସମସ୍ୟା ଦେଖାଦିଏ । ଶୋଇବା କମ୍‌ ହେଲେ ମେଦ ବୃଦ୍ଧି ପାଏ। ଲୋକ ମୋଟା ହୋଇଥାଏ । ସହବାସ ଓ ପ୍ରଜନନ କ୍ଷମତା ବି ହ୍ରାସ ପାଇଥାଏ । କାମରେ ମନ ଲାଗେ ନାହିଁ । ମାନସିକ ସମସ୍ୟା ବୃଦ୍ଧି ପାଏ । ସ୍ମୃତି ଶକ୍ତୀ ହ୍ରାସ ପାଇଥାଏ । ଶ୍ରବଣ ଶକ୍ତି ବା ହ୍ରାସ ପାଏ।