ଓଡ଼ିଶାର  ୬ଟି ଜିଲ୍ଲାରେ ପ୍ରସିଦ୍ଧ ୬ଟି ଖାଦ୍ୟ

ଓଡ଼ିଶାର  ୬ଟି ଜିଲ୍ଲାରେ ପ୍ରସିଦ୍ଧ ୬ଟି ଖାଦ୍ୟ

ଏକ ନିଆରା ପରମ୍ପରା ଓ ସଂସ୍କୃତି ପାଇଁ ଓଡ଼ିଶା ବିଶ୍ୱପ୍ରସିଦ୍ଧ। ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକର ପ୍ରସିଦ୍ଧ ଖାଦ୍ୟ ଏହାକୁ ଭାରତିୀୟ ଖାଦ୍ୟ ମାନଚୁିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଏଠାରେ ବିଭିନ୍ନ ଜିଲ୍ଲାଗୁଡ଼ିକରେ ବିଭିନ ପ୍ରକାର ସୁସ୍ୱାଦୁ ଖାଦ୍ୟ ମିଳିଥାଏ। ଯେମିତିକି;

ଦହିବରା ଆଳୁଦମ,କଟକ
କଟକର ଦହିବରା ଓଡ଼ିଶା ପ୍ରସିଦ୍ଧ। ଏହାର କୌଣସି ଦ୍ୱତନ୍ତ୍ର ପରିଚୟ ଦେବାକୁ ପଡ଼େନାହିଁ। ଏଠାକାର ଗରମ ଗରମ ଦହିବରା ଆଳୁଦମ ସାଙ୍ଗକୁ ଘୁଗୁନିର ଏକ ନିଆରା ସ୍ୱାଦ ରହିଥାଏ। 

ବରା ,ଢେଙ୍କାନାଳ
 ବରାକୁ ସାଧାରଣତଃ ନିତିଦିନରେ ଜଳଖିଆ ଭାବରେ ଖାଇଥାନ୍ତି। ବିଭିନ୍ନ ସ୍ଥାନରେ ଏହା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଢେଙ୍କାନାଳ ବରା  ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଏହା ଓଡ଼ିଶା ପ୍ରସିଦ୍ଧ। ଏହା କଳା ବିରି ଓ ଚାଏଳରେ ପ୍ରସ୍ତୁତ କରାଯାିଥାଏ।
 
ରସାବଳୀ,କେନ୍ଦ୍ରାପଡା
କେନ୍ଦ୍ରାପଡା ରସାବଳୀ ଓଡିଶା ପ୍ରସିଦ୍ଧ। ଏହା ପ୍ରଭୁ ବଳଦେବଙ୍କ ମନ୍ଦିର ପ୍ରତିଷ୍ଠା କାଳରୁ ଆରମ୍ଭ ହୋଇଛି। ଏହା କ୍ଷୀରରେ ପ୍ରସ୍ତୁତ ହୋଇ ଅଳେଇଚରେ ସଜାଯାଇଥାଏ । ଏହା ମଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଛପନ ଭୋଗରେ ଲାଗି ହୋଇଥାଏ। 

ମୁଢୀମାଂସ,ବାରିପଦା
ମୟୁରଭଞ୍ଜ ଜିଲ୍ଲାର ଏକ ଛୋଟ ସହର ବାରିପଦା ମୁଢୀମାଂସ ପାଇଁ ବେଶ୍ ପ୍ରସିଦ୍ଧ। ଏହା ଓଡ଼ିଶାର ଲୋକମାନଙ୍କ ଦ୍ୱାରା ବେଶ୍ ପରିଚିତ। 

ଛେନାଝିଲ୍ଲୀ ,ନିମାପଡା 
ପୁରୀ ଜିଲ୍ଲାର ନିମାପଡା ଛେନାଝିଲ୍ଲୀ ପାଇଁ ବେଶ୍ ପ୍ରସିଦ୍ଧ। ଏହା ଓଡ଼ିଶାର ବିଭିନ୍ନ ସ୍ଥାନରେ ମିଳୁଥିଲେ ମଧ୍ୟ ନିମିପଡା ଛେନାଝିଲ୍ଲୀରେ ଥାଏ ଏକ ନିଆରା ସ୍ୱାଦ। ଏହାର ଚିନି ସିରା ଖୁବ୍ ସ୍ୱାଦିସ୍ଟ। 

ଆଚାର ପାମ୍ପଡ,ବ୍ରହ୍ମପୁର 
ଗଞାମ ଜିଲ୍ଲାର ବ୍ରହ୍ମପୁର ସହର ରେଶମ ସହର ନାମରେ ପରିଚିତ। ଏହା କେବଳ ରେଶମ ଶାଢୀ ପାଇଁ ପ୍ରସିଦ୍ଧ ନୁହେଁ ବରଂ ଆଚାର ଓ ପାମ୍ପଡ ପାଇଁ ବେଶ ପ୍ରସିଦ୍ଧ।