ରିଲିଜ୍‌ ହେଲା ‘ସରକାର ୩’ର ପୋଷ୍ଟର୍‌

ରିଲିଜ୍‌ ହେଲା ‘ସରକାର ୩’ର ପୋଷ୍ଟର୍‌

ମୁମ୍ବାଇ, ଫେବୃଆରୀ ୨୮: ଅମିତାଭ ବଚ୍ଚନଙ୍କ ଅଭିନୀତ ନୂଆ ହିନ୍ଦୀ ସିନେମା ‘ସରକାର ୩’ର ପୋଷ୍ଟର୍‌ ରିଲିଜ୍‌ ହୋଇଛି । ଏହି ସିନେମାରେ ଏକଦମ୍‌ ଭିନ୍ନ ଚରିତ୍ରରେ ବିଗ୍‌ ବିଙ୍କୁ ଦର୍ଶକ ଦେଖିବାକୁ ପାଇବେ ବୋଲି କୁହାଛନ୍ତି ନିର୍ମାତା-ନିର୍ଦ୍ଦେଶକ ରାମ ଗେପାଳ ବର୍ମା । ପରଦାରେ ଆଗରୁ ତାଙ୍କର ଏଭଳି ରୂପ କେବେ ଦେଖିବାକୁ ମିଳି ନଥିଲା ବୋଲି ମଧ୍ୟ କୁହାଯାଉଛି । ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ବାଜପେୟୀ,ୟାମୀ ଗୌତମ୍‌ ଏବଂ ଜ୍ୟାକି ଶ୍ରଫ୍‌ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।
 
ସୁପରହିଟ୍‌ ହୋଇଥିବା ରିତିକ୍‌ ରୋଶନ୍‌ ଅଭିନୀତ ଫିଲ୍ମ ‘କାବିଲ’ରେ ଅଭିନୟ ଲାଗି ୟାମୀ ଗୌତମଙ୍କୁ ଉଚ୍ଚ ପ୍ରଶଂସିତ ମିଳିଥିଲା । ଏଥର ଶୁଣିବାକୁ ମିଳୁଛ ଯେ ୟାମୀ ‘ସରକାର ୩’ରେ ଏକ ନକାରାତ୍ମକ ଭୂମିକାରେ ନଜର ଆସିବେ । ଅପରପକ୍ଷରେ ମନୋଜ ବାଜପେୟୀଙ୍କୁ ଦର୍ଶକ ଜଣେ ଚତୁର ରାଜନେତା ଚରିତ୍ରରେ ଦେଖିବାକୁ ପାଇବେ । ‘ସରକାର ୩’ ଆଗାମୀ ଅପ୍ରେଲ୍‌ ୭ ତାରିଖରେ ମୁକ୍ତିଲାଭ କରିବ ବୋଲି ସୁଚନାମିଲୁଛି । ତେବେ ପୂର୍ବରୁ ଉଭୟ ସରକାର ଏବଂ ସରକାର ରାଜ୍‌ ରେ ଅଭିନୟ କରିଥିବା ଅଭିଷେକ ବଚ୍ଚନଙ୍କୁ ‘ସରକାର ୩’ରେ ଦର୍ଶକ ଦେଖିବାକୁ ପାଇବେ ନାହିଁ ।