ମହାଶିବରାତ୍ରୀରେ ବାହୁବଲୀ-୨: ଦ କନ୍‌କ୍ଳୁଜନ୍‌ର ପୋଷ୍ଟର ରିଲିଜ

 ମହାଶିବରାତ୍ରୀରେ ବାହୁବଲୀ-୨: ଦ କନ୍‌କ୍ଳୁଜନ୍‌ର ପୋଷ୍ଟର ରିଲିଜ

ଚେନ୍ନାଇ, ଫେବୃଆରୀ ୨୪:  ବାହୁବଲୀ: ଦ କନ୍‌କ୍ଳୁଜନ୍‌ର ନିର୍ମାଣ ସରିଥିବା ବେଳେ ଏହାର ରିଲିଜ ହେବାକୁ ମାତ୍ର ଦୁଇମାସ ରହିଛି । ମହାଶିବରାତ୍ରୀ ଅବସରରେ ଚଳଚ୍ଚିତ୍ର ନିର୍ମାତା ଏସ୍‌ଏସ୍‌ ରାଜମୌଲି ‘ବାହୁବଲୀ’ର ପୋଷ୍ଟର ରିଲିଜ୍‌ କରିଛନ୍ତି । ଏଥିରେ ଏକ ହାତୀର ମୁଣ୍ଡ ଉପରେ ବୀର ଦର୍ପରେ ବାହୁବଲୀ ଚରିତ୍ରରେ ଅଭିନେତା ପ୍ରଭାସ ଛିଡ଼ା ହୋଇଥିବା ଦେଖିବାରୁ ମିଳୁଛି । ଯାହାକୁ ଦେଖି ଆପଣ ଅନୁମାନ ଲଗାଇ ପାରିବେ ଯେ, ଏହା କେତେ ଧମାକେଦାର ହେବ । ‘ବାହୁବଲୀ’ର ସିକ୍ୱିଏଲ୍‌ରେ ଅଧିକ ଭିଏଫ୍‌ଏକ୍ସ କାମ କରାଯାଇଛି । ଯାହାକି ପୂର୍ବ ବାହୁବଲୀରେ ତାଙ୍କର ଳୁକ୍‌ ଠାରୁ ଅଧିକ ଆକର୍ଷକ ରହିଛି । ଏହାର ନିର୍ମାତାମାନେ ପ୍ରଭାସଙ୍କ ଏକ ଫଟୋ ସହିତ ସମସ୍ତଙ୍କୁ ବାହୁବଲୀ ଟିମ୍‌ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି । ୨୦୧୫ରେ ଏହା ଏକ ବ୍ଲକ ବ୍ଲଷ୍ଟର ମୁଭି ଥିଲା । କଟାପ୍ପା କଅଣ ପାଇଁ ବାହୁବଲୀଙ୍କୁ ମାରିଲା ତାହା ଜାଣିବା ପାଇଁ ଅନେକ ଅନାଇ ବସିଛନ୍ତି ।  
ଦୀର୍ଘ ୬୧୩ ଦିନ ଧରି ଲଗାତାର ସୁଟିଂ କରିସାରିବା ପରେ ପ୍ରଭାସ ସୁଟିଂ ସମାପ୍ତ କରିଛନ୍ତି । ଫେବ୍ରୁଆରିରେ ଏହାର ଥିଏରେଟିକାଲ୍‌ ଟ୍ରେଲର ରିଲିଜ୍‌ କରାଯିବ । ରିଲିଜ୍‌ ପୂର୍ବରୁ ଏହାର ସାଟେଲାଇଟ୍‌ ରାଇଟସ୍‌ ବିକ୍ରି ହୋଇଯାଇଛି । ରିଲିଜ ହେବା ପୂର୍ବରୁ ବି ଏହା ଏକ ବଡ଼ ସଫଳତା ଆଣିବ ବୋଲି ଆଭାସ ଦେଉଛି।