ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ଆମିର ଖାନ୍‌

ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ଆମିର ଖାନ୍‌

ମୁମ୍ୱାଇ, ଫେବୃଆରୀ ୧୩: ଭାରତୀୟ ମହାକାଶ ଜଗତରେ ପ୍ରଥମ ଥର ପାଇଁ ରାକେଶ ଶର୍ମା ମହାକାଶଚାରୀଭାବେ ବିରଳ ସଫଳତା ଲାଭ କରିଥିଲେ । ଏବେ ଏହାକୁ ୩୪ ବର୍ଷ ବିତିଗଲାଣି । ବଲିଉଡ଼ରେ ବାୟୋପିକ୍‌କୁ ନେଇ ବହୁ ସଫଳ ଫିଲ୍ମ ନିର୍ମାଣ ହୋଇଛି । ଏବେ ନିର୍ମାତାମାନେ ରାକେଶ ଶର୍ମାଙ୍କ ଜୀବନକୁ ନେଇ ଏକ ବାୟୋପିକ୍‌ ଗଠନ କରିବାକୁ ମନ ବଳାଇଛନ୍ତି । ତେବେ ଏଥିରେ ଅଭିନୟ କରିବେ ଅମିର ଖାନ୍‌ । ଦଙ୍ଗଲର ସଫଳତା ପରେ ନିର୍ମାତାମାନେ ଆମିରଙ୍କୁ ନେଇ ରାକେଶଙ୍କ ଜୀବନକୁ ଲୋକଲୋଚନକୁ ଆଣିବାକୁ ମନ ବଳାଇଛନ୍ତି । 

ଏବେ ପର୍ୟ୍ୟନ୍ତ ମିଳିଥିବା ସୁଚନା ମୁତାବକ ଆମିରଙ୍କୁ ଏହି ଫିଲ୍ମ ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ୨୦୧୮ରେ ରିଲିଜ୍‌ ହେବାକୁ ଥିବା ବେଳେ ଏହା ନୁଆକରି ଲଞ୍ଚ ହୋଇଥିବା ଆରକେ ଫିଲ୍ମ ବ୍ୟାନର୍‌ ତଳେ ନିର୍ମିତ ହେବ । ତେବେ ଏବେ ପର୍ୟ୍ୟନ୍ତ ଏହାର ଟାଇଟଲ କ’ଣ ରହିବ ସେ ବିଷୟରେ କୌଣସି ସୂଚନା ମିଳିପାରିନାହିଁ ।ଏହାର ପ୍ରଯୋଜନା ଭାର ତୁଲାଇବେ ଆମିର ଏବଂ ସିଦ୍ଦାର୍ଥ ରୟ କପୁର ଦୁହେଁ ।