ପ୍ରଧାନମନ୍ତ୍ରୀଙ୍କ ୨୯ତମ ମନ୍‌ କି ବାତ୍‌ରେ ଝଲକିଲା ଇସ୍ରୋର ସଫଳତା

ପ୍ରଧାନମନ୍ତ୍ରୀଙ୍କ ୨୯ତମ ମନ୍‌ କି ବାତ୍‌ରେ ଝଲକିଲା ଇସ୍ରୋର ସଫଳତା

ନୁଆଦିଲ୍ଲୀ, ଫେବୃଆରୀ ୨୬: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨୯ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରହିଥିଲା । ଏଥିରେ ଇସ୍ରୋର ସଫଳତା, ନାରୀମାନଙ୍କ ଶିକ୍ଷା, ଝିଅଙ୍କର ସୁରକ୍ଷା, ସ୍ୱଚ୍ଛତା ଏବଂ ଡ଼ିଜିଟାଲ ନେଣଦେଣରେ ଭୀମ ଆପର ସଂମ୍ପ୍ରସାରଣ ଆଦି ବିଷୟରେ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଛନ୍ତି ।
ମନ କି ବାତ କାର୍ୟ୍ୟକ୍ରମରେ ଇସ୍ରୋର ସାଟେଲାଇଟ ଲଞ୍ଚ ହେବାକୁ ନେଇ ମୋର ମତାମତ ରଖିବାକୁ ସୋଭା ଝା ଅନୁରୋଧ କରିଥିଲେ। ଦେଖିବାକୁ ଗଲେ ଭାରତ ପାଇଁ ୧୫ ଫେବୃଆରୀ, ୨୦୧୭ ଏକ ଐତିହାସିକ ଦିନ ରହିଥିଲା । ଏକ ସଙ୍ଗରେ ୧୦୪ଟି ବିଭିନ୍ନ ଦେଶର ସାଟେଲାଇଟ୍‌କୁ ଉତ୍‌କ୍ଷେପଣ କରିବାର ରେକର୍ଡ଼ କରିଥିଲା ଇସ୍ରୋ । ଏହାକୁ ନେଇ ପୁରା ଦୁନିଆଁ ଭାରତକୁ ପ୍ରଶଂସା କରିବା ସହ ଆମର ବୈଜ୍ଞାନିକ ମାନଙ୍କର ପ୍ରଶଂସା ମଧ୍ୟ କରିଛନ୍ତି । ବାସ୍ତବରେ ଇସ୍ରୋ ଭାରତର ନାମକୁ ଉଚ୍ଚା କରିଛି । କୃଷକ ମାନଙ୍କ ପାଇଁ ଇସ୍ରୋ ଦ୍ୱାରା ପଠାଯାଇଥିବା ‘କାଟୋସେଟ-୨ଡ଼ି’ ବହୁତ ସହାୟକ ହେବ ।
କିଛିଦିନ ପୂର୍ବେ ଭାରତ ଇଣ୍ଟରସେପ୍ଟର ମିଶାଇଲ୍‌ର ମଧ୍ୟ ପରୀକ୍ଷଣ କରିଛି । ଏହା ୨୦୦୦ କିମି ପ୍ରତିଘଣ୍ଟା ହିସାବରେ ଆସୁଥିବା ପ୍ରତିପକ୍ଷର ମିଶାଇଲ୍‌କୁ ଆକାଶରେ ଧ୍ୱଂସ କରିପାରିବ । ତେବେ ଇସ୍ରୋର ସବୁ ବୈଜ୍ଞାନିକ ମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ।