ମହେଶ ଭଟ୍ଟ ଓ ଆଲିଆ ଭଟ୍ଟଙ୍କୁ ହତ୍ୟା ଧମକ

ମହେଶ ଭଟ୍ଟ ଓ ଆଲିଆ ଭଟ୍ଟଙ୍କୁ ହତ୍ୟା ଧମକ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ-ପ୍ରଯୋଜକ ମହେଶ ଭଟ୍ଟଙ୍କୁ ମିଳିଛି ହତ୍ୟା ଧମକ । ଗତ ଫେବ୍ରୁଆରି ୨୬ ତାରିଖ ଦିନ ତାଙ୍କ ଫୋନକୁ ଏକ ଅଜଣା ନମ୍ବରରୁ ଫୋନ୍‌ କରି କେହି ଜଣେ ୫୦ ଲକ୍ଷ ଟଙ୍କା ଦାବି କରିଥିଲା ।ଏହି ଅର୍ଥକୁ ଲକ୍ଷ୍ନୌର ଏକ ବ୍ୟାଙ୍କରେ ଜମା କରିବାକୁ ଉକ୍ତ ବ୍ୟକ୍ତି କହିଥିଲା । ସେ କହିଥିଲା କି ଏହି ଅର୍ଥ ଜମା ନ କଲେ ତାଙ୍କୁ ଏବଂ ତାଙ୍କ ଝିଅ ଆଲିଆଙ୍କୁ  ସହିତ ପରିବାରର ଅନ୍ୟ ସଦସ୍ୟଙ୍କୁ ହତ୍ୟା କରାଯିବ । ଏହା ପରେ ମହେଶ ଭଟ୍ଟ ମୁମ୍ବାଇର ଜୁହୁ ଥାନାରେ ଏଫ୍‌ଆଇଆର ଦେଇଛନ୍ତି । ଏହା ପରେ ତାଙ୍କର ହ୍ଵାଟସ୍‌ଆପକୁ ମଧ୍ୟ ଏପରି ଧମକ ଆସିଥିଲା। ବର୍ତ୍ତମାନ ମୁମ୍ବାଇ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ପଦେଖେପ ସ୍ୱରୂପ କ୍ରାଇମବ୍ରାଞ୍ଚ ମହେଶ ଭଟ୍ଟଙ୍କ ଫୋନ୍‌ ତନଖି କରିବା ସହିତ  ତାଙ୍କର ବୟାନ ରେକର୍ଡ କରିଛି।