ସର୍ଜରି ବିଗାଡ଼ିଲା ଆୟେଶାଙ୍କ ଲୁକ୍‌..!

ସର୍ଜରି ବିଗାଡ଼ିଲା ଆୟେଶାଙ୍କ ଲୁକ୍‌..!

ଭୁବନେଶ୍ୱର, ଫେବୃଆରୀ ୨୫: ୨୦୦୪ରେ ‘ଟାରଜନ୍‌ ଦ ଓଣ୍ଡର କାର’ ଜରିଆରେ ବଲିଉଡ଼ରେ ପ୍ରବେଶ କରିଥିବା ଆୟେଶା ଟାକିଆଙ୍କର ସର୍ଜରି ସରିଛି । ଏଥିରେ ଆୟେଶାଙ୍କୁ ଚିହ୍ନି ହେଉନାହିଁ । ସେତେବେଳର ଚୁଲବୁଲି ଆୟେଶାଙ୍କ ଚେହେରାରେ ମୁଖ୍ୟତଃ ତାଙ୍କର ଓଠର ସର୍ଜରି କରିଛନ୍ତି । ଏହା ସହ ଶରୀରର ଅନେକ ଗୋପନୀୟ ଅଙ୍ଗ ଏବଂ ଭ୍ରୁଲତା ମଧ୍ୟ ସର୍ଜରି କରାଯାଇଛି । ଫଳରେ ପୁରାପୁରି ତାଙ୍କର ଲୁକ୍‌ ବିଗିଡ଼ି ଯାଇଛି ।
ଏବେ ହଠାତ୍‌ କେହି ବି ତାଙ୍କୁ ଦେଖିଲେ ଚିହ୍ନିପାରିବେ ନାହିଁ । ନିକଟରେ ଏକ ସମାରୋହ ଅବସରରେ ଆୟେଶା ନଜର ଆସିଥିଲେ। ୨୦୦୪ରେ ଆୟେଶା ସାହିଦ୍‌ଙ୍କ ସହ ‘ଦିଲ ମାଙ୍ଗେ ମୋର’ ଆସିଥିଲା । ଶେଷଥର ପାଇଁ ୨୦୦୯ରେ ଆୟେଶା ସଲମାନଙ୍କ ସହ ଓ୍ୱାଣ୍ଟେଡ଼ରେ ନଜର ଆସିଥିଲେ। ଆୟେଶା ୨୦୦୯ ମସିହାରେ ହୋଟେଲ ମାଲିକ ଏବଂ ସମାଜବାଦୀ ପାର୍ଟିର ନେତା ଅବୁ ଆଜମୀଙ୍କର ପୁଅ ଫରହାନ ଆଜମୀଙ୍କ ସହ ବିବାହ କରିଥିଲେ। ଏହା ପରେ ସେ ବଲିଉଡ଼ ଇଣ୍ଡଷ୍ଟ୍ରିକୁ ଏକରକମ ବିଦାୟ କରିବା ସହ ୨୦୧୩ରେ ଏକ ଝିଅ ମିକାଇଲ ଜନ୍ମ ଦେଇଛନ୍ତି ।