ଉତ୍କଳ ବିଶ୍ୱବିଦ୍ୟାଳୟ ଭିସିଙ୍କୁ ଘେରାଉ

ଉତ୍କଳ ବିଶ୍ୱବିଦ୍ୟାଳୟ ଭିସିଙ୍କୁ ଘେରାଉ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ଏମସିଏ ବିଭାଗରେ ଅଗ୍ନି ନିର୍ବାପକ ଯନ୍ତ୍ର ନ ଥିବା ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଫିସ୍ ଘେରାଉ କରିଛନ୍ତି।  ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଡେଭେଲପ୍‌ମେଣ୍ଟ ଅଫିସରଙ୍କ ଅଫିସରେ ପଶି  ବ୍ୟାପକ ଭଙ୍ଗାରୁଜା  ମଧ୍ୟ କରିଛନ୍ତି |ସୂଚନାଯୋଗ୍ୟ ଯେ ଆଇଏମସିଏ ବିଭାଗରେ ନିଆଁ ଲାଗିଥିଲା। ମାତ୍ର ଅଗ୍ନି ନିର୍ବାପକ ଯନ୍ତ୍ର ନ ଥିବାରୁ ନିଆଁକୁ ସଙ୍ଗେସଙ୍ଗେ ଆୟତ କରାଯାଇ ପାରି ନ ଥିଲା। ଦମକଳ ଗାଡ଼ି ଆସି ନିଆଁକୁ ଆୟତ କରିଥିଲା। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ  ଏହି ଗଣ୍ଡଗୋଳ କରିଛନ୍ତି।