କାଲିଠୁ ମାର୍ଟକ ପରୀକ୍ଷା, ଆଜିଠୁ ଖୋଲିଲା ବୋର୍ଡ କଂଟ୍ରୋଲ ରୁମ

କାଲିଠୁ ମାର୍ଟକ ପରୀକ୍ଷା, ଆଜିଠୁ ଖୋଲିଲା ବୋର୍ଡ କଂଟ୍ରୋଲ ରୁମ

କଟକ, ଫେବୃୟାରୀ ୨୭: କାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାର ସୁପରିଚାଳନା କରିବାକୁ ଆଜିଠାରୁ ବୋର୍ଡ କଂଟ୍ରୋଲ ରୁମ ଖୋଲାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ କାର୍ଯ୍ୟାଳୟରେ ଖୋଲା ଯାଇଥିବା ଏହି କଂଟ୍ରୋଲ ରୁମ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ସୂଚନା ଦେଇଛନ୍ତି ।
ବୋର୍ଡ କଂଟ୍ରୋଲ ରୁମ ଦ୍ୱାରା ଦିଆଯାଇଥିବା ଦୁଇଟି ଫୋନ ନମ୍ବର ୦୬୭୧୨୪୧୨୦୫୯ ଓ ୦୬୭୧୨୪୧୨୦୬୦କୁ ଫୋନ କରି ଅଭିଭାବକ, ସେଂଟର ସୁପରିଂଟେଣ୍ଡେଂଟ, ନୋଡାଲ୍ ସେଂଟର ମୁଖ୍ୟ ,ସ୍କୁଲ ସଭ୍ୟ, ସାଧାରଣଲୋକ, ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଷୟରେ ଜାଣିପାରିବା ନେଇ ସୂଚନା ଦିଆଯାଇଛି ।