ଶାଗୁଆନ କାଠ ଜବତ, ୨ ଗିରଫ

ଶାଗୁଆନ କାଠ ଜବତ, ୨ ଗିରଫ

ପାଇକମାଲ:୨୪/୧୦ ; ରବିବାର ରାତିରେ ନୃସିଂହନାଥ ବନ ବିଭାଗ ପକ୍ଷରୁ ୮ ଖଣ୍ଡ ଶାଗୁଆନ କାଠ ଓ ୪ ଖଣ୍ଡ ବିଜା ପଟା ଜବତ କରାଯାଇଛି। ନବଘନ ମଲ୍ଲିକଙ୍କ ଘରୁ ୪ ଖଣ୍ଡ ୪ ଫୁଟିଆ ବିଜା ପଟା ଓ ନୃସିଂହନାଥ ରାସ୍ତାରେ ଥିବା ପ୍ରଭାସ ତାଣ୍ଡିଙ୍କ ଘର ବାଡ଼ିର ପଛପଟ ସରକାରୀ ଜାଗାରେ ପଡିଥିବା ୮ ଖଣ୍ଡ ଶାଗୁଆନ ଗଣ୍ଡି ଉଦ୍ଧାର କରିଥିଲେ।

ଉଭୟଙ୍କୁ ଗଛ ଚୋରି କରିଥିବା ଅଭିଯୋଗରେ ପଦ୍ମପୁର କୋର୍ଟ କୁ ଚାଲାଣ କରାଯାଇଛି। 

ଏ ବିଷୟରେ ନୃସିଂହନାଥ ବନଖଣ୍ଡ ଅଧିକାରୀ ମାର୍ଟିନ ଟିଗାଙ୍କୁ ପଚାରିବାରୁ ତାଙ୍କୁ ସନ୍ଦେହରେ ଗିରଫ କରାଯାଇଥିବା କହିଥିଲେ। ଫରେଷ୍ଟର ସୁଦାମ ଜଗଦଲା ଓ ତାଙ୍କ ଦଳ ଜର୍ଜଗଡ଼ ଗ୍ରାମର ବିଭିନ୍ନ ସ୍ଥାନରେ କାଠ ମାଫିଆଙ୍କୁ ଧରିବା ପାଇଁ ଅଚାନକ ଚଢ଼ଉ କରିଥିଲେ।