ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତ୍ୟୁ ଦେହ ଜବତ୍

 ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତ୍ୟୁ ଦେହ ଜବତ୍

ବରଗଡ଼: ଆଜି ସକାଳେ  ବରଗଡ଼ ଜିଲ୍ଲା ମେଲ୍‌ଛାମୁଣ୍ଡା ଥାନା ଅନ୍ତର୍ଗତ  ତେଲମହୁଲ- କେରମେଲି ନିକଟରେ ନିର୍ମାଣାଧୀନ ବ୍ରିଜ୍‌ ପାଖରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୁଲିସ ଜବତ କରିଛି। ମୃତ ମହିଳାଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ସେଠାକୁ ସେ କିପରି ଆସିଲେ ସେ ନେଇ ପୁଲିସ ତଦନ୍ତ ଚଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ନିର୍ମାଣାଧୀନ ପୋଲ ନିକଟରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶରୀର ପଡ଼ିଥିବା ଖବର ପୁଲିସକୁ ମିଳିଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମହିଳାଜଣକ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ। ତେବେ ସେ  କଥା କହିବା ଅବସ୍ଥାରେ ନ ଥିଲେ। ପୁଲିସ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଆଣିଥିଲା। ମାତ୍ର ଡାକ୍ତରଖାନାରେ ପହଞ୍ଚିବାର ଅଳ୍ପ ସମୟ ମଧ୍ୟରେ ମହିଳା ଜଣକ ମୃତ୍ୟୁ ବରଣ କରିଥିଲେ। ତେବେ ମହିଳାଜଣକ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ କେହି ହତ୍ୟା କରିଛି ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଏବଂ ଖୁବ୍ ସିଘ୍ର ଘଟଣା ର ସତ୍ୟତା ଜଣା ପଡିବ ବୋଲି ମତ ରଖିଛନ୍ତି I