ମା’କୁ ଶିଳପୁଆରେ ହତ୍ୟା କଲା ପୁଅ

ମା’କୁ ଶିଳପୁଆରେ ହତ୍ୟା କଲା ପୁଅ

ଭୁବନେଶ୍ୱର, ଫେବୃୟାରୀ ୨୬: ଶନିବାର ରାତିରେ ସମ୍‌ ହସ୍‌ପିଟାଲ୍‌ ନିକଟସ୍ଥ ଶ୍ୟାମପୁର ବସ୍ତିରେ ପୁଅର ପଥର ଆଘାତରେ ଜଣେ ମାଆଙ୍କର ମୃତ୍ୟୁ ଘଟିଛି । ପାରିବାରିକ କଳହରେ ଉତ୍ତେଜିତ ହୋଇ ମା’ର ଜୀବନ ନେବାକୁ ପଛାଇ ନାହଁ ପୁଅ । ଗୀତାଙ୍କର ଘର ଗଞ୍ଜାମ ଜିଲ୍ଲାରେ । ସେ ସ୍ଥାନୀୟ ଶ୍ୟାମପୁର ବସ୍ତିରେ ଏକ ଘର ଭଡ଼ା ନେଇ ନିଜର ତିନି ସନ୍ତାନଙ୍କ ସହ ରହୁଥିଲା । ଉପାର୍ଜ୍ଜନ ପାଇଁ ସେ ବାରଦୁଆର ବୁଲି ଚାକରାଣୀ କାମ କରୁଥିଲା । ତିନି ସନ୍ତାଙ୍କ ମଧ୍ୟରେ ବିଜୟ ହେଉଛି ଜ୍ୟେଷ୍ଠ । ରାତି ପ୍ରାୟ ୧୧ଟାବେଳେ ଭୋଜନ ସାରି ଗୀତା ବିଛଣାରେ ଗଡ଼ପଡ଼ ହେଉଥିବାବେଳେ ବିଜୟ ନିଜ ୫୨ ବର୍ଷୀୟ ମା’ ଗୀତା ମୁଣ୍ଡକୁ ଶିଳ ଯୋଗେ ଛେଚି ପକାଇଥିଲା । 
ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା କାରୀ ପୁଅ ବିଜୟ ମହାରଣାକୁ ଗିରଫ କରିଛି । ୨୮ ବର୍ଷିୟ ବିଜୟଙ୍କର ମୁଣ୍ଡଦୋଷ ଅଛି ବୋଲି ପ୍ରକାଶ । ମୃତ ଦେହ ଜବତ କରି ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।