ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସଂଦେହ

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସଂଦେହ

ଫୁଲବାଣୀ, ଫେବୃଆରୀ ୨୮: ଗତ ୨୫ ତାରିଖରୁ ନିଖୋଜ ଥିବା ଜଣେ ବିବାହିତାଙ୍କ ଗଳିତ ଶବ ଆଜି ଉଦ୍ଧାର ହେବା ପରେ ଏହାକୁ ନେଇ ଖଜୁରୀପଡା ଅଂଚଳରେ ଚାଂଚଲ୍ୟ ସୃଷ୍ଟି ହୋଈଛି । ଖଜୁରୀପଡା ଥାନା ଅନ୍ତର୍ଗତ କୁମ୍ଭେଇଗୁଡା ଗ୍ରାମର ଲକ୍ଷ୍ନଣ ସାହୁ ବଲସକୁମ୍ମା ନିକଟସ୍ଥ କାବର ଗ୍ରାମର ରଶ୍ମିତାଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟ ଖଜୁରୀପଡା ମହାବି୍ଦ୍ୟାଳୟ ନିକଟରେ ଏକ ଭଡାଘରେ ରହୁଥୁଲେ । 
ସୂଚନାନୁସାରେ ରଶ୍ମିତା ଗତ ୨୦୧୫ ମସିହାରେ ଲକ୍ଷ୍ଣଙ୍କ ସହ ଘରଛାଡି ପଳାଇ ଯାଇଥିଲେ । ପରେ ପରିବାର ଲୋକେ ଝିଅକୁ ବୁଝାସୁଝା କରି ଫେରେଇ ଆଣିବା ସହ ଲକ୍ଷ୍ଣଣଙ୍କ ବିରୋଧରେ ଥାନାରେ ଏତାଲା ଦେଇଥିଲେ । ତେବେ ରଶ୍ମିତା ପୁଣି ଗତ ବର୍ଷ ଫେବୃଆରୀ ୨୪ ତାରୀଖ ଦିନ ଲକ୍ଷ୍ଣଣଙ୍କ ସହ ପଳାଇ ଯାଇଥିଲେ । ଲକ୍ଷ୍ମଣ ପୂର୍ବରୁ ବିବାହିତ । ରଶ୍ମିତା ଗତ ୨୫ ତାରିଖରୁ ନିଖୋଜ ଥିଲେ ମଧ୍ୟ ଏ ନେଇ ଲକ୍ଷ୍ଣଣ କୌଣସି ଅଭିଯୋଗ ଦେଇ ନଥିଲେ । ତେବେ ରବିବାର ଏକ ପାହାଡ ପାଖରେ ମହିଳା ମରି ପଡିଥିବା ନେଇ ଖଜୁରୀପଡା ଥାନାରେ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳଳକୁ ଯାଇ ଶବ ଉଦ୍ଧାର କରିଥିଲେ । ରଶ୍ମିତାଙ୍କ ପରିବାର ପକ୍ଷରୁ ଏହାକୁ ଏକ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ କରାଯାଇଛି । ଏହା ଝିଅର ସ୍ୱାମୀ ଲକ୍ଷ୍ଣଣଙ୍କ କାଣ୍ଡ ବୋଲି କୁହାଯାଇଛି । ଆଜି ଖଜୁରୀପଡା ଥାନା ଅଧିକାରୀଙ୍କ ଉପସ୍ଥିତିରେ ମହିାଳାଙ୍କ ମୃତ ମୃତଦେହ ଉଦ୍ଧାର କରାଯିବା ପରେ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ଖଜୁରୀପଡା ଥାନା ଅଧିକାରୀ ଅକ୍ଷୟ କୁମାର ଘଡେଇ ଜଣାଇଛନ୍ତି । ପୁଲିସ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।