ଦୁଇଜଣ ବଳାତ୍କାରୀଙ୍କୁ ୨୦ବର୍ଷ ଜେଲଦଣ୍ଡ

ଦୁଇଜଣ ବଳାତ୍କାରୀଙ୍କୁ ୨୦ବର୍ଷ ଜେଲଦଣ୍ଡ

କେନ୍ଦୁଝର, ଫେବୃଆରୀ ୨୫: ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏକ ଐତିହାସିକ ରାୟରେ ଦୁଇଜଣ ବଳାତ୍କାରୀଙ୍କୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଆଦେଶ ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଗତ ବର୍ଷ ଫେବୃୟାରୀ ମାସ ୨୬ ତାରିଖରେ ଯୋଡା ଥାନା ଅନ୍ତର୍ଗତ ହୁଡି ସହିରେ ଜନୈକ ଅସହାୟ ଆଦିବାସୀ ମହିଳାଙ୍କ ଘରେ ଜୋର ଜବରଦସ୍ତ ପ୍ରବେଶ କରି ଦେବେନ ମୁଣ୍ଡା ଓ ବିଶ୍ୱନାଥ ଗୋପ ନାମକ ଦୁଇଜଣ ବ୍ୟକ୍ତି ତାଙ୍କୁ ବଳତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ସଂପର୍କରେ ଉପସ୍ଥାପିତ ସମସ୍ତ ପ୍ରାମାଣିକ ତଥ୍ୟକୁ ବିଚାର କରି ଚମ୍ପୁଆ ଅତିରିକ୍ତ ଦୌରାଜଜ୍ ପବିତ୍ର ମୋହନ ସାମଲ ଦୋଷୀ ଦ୍ୱୟଙ୍କ ବିରୁଦ୍ଧରେ ଏହି ଐତିହାସିକ ରାୟ ପ୍ରଦାନ କରିଛନ୍ତି । ପୂର୍ବରୁ ଦୋଷୀଙ୍କୁ ଏଭଳି ଦୃଷ୍ଟାନ୍ତମୂଳକ ମୂଳକ ଦଣ୍ଡାଦେଶ ମିଳି ନଥିବା କୁହାଯାଉଛି ।