୯ କୁଇଣ୍ଟାଲ ଗଞ୍ଜେଇ ବୋଝେଇ ପିକଅଫ ଭ୍ୟାନ ଜବତ

 ୯ କୁଇଣ୍ଟାଲ ଗଞ୍ଜେଇ ବୋଝେଇ ପିକଅଫ ଭ୍ୟାନ ଜବତ

କୋରାପୁଟ, ଫେବୃଆରୀ ୨୬: ଲମତାପୁଟ ବ୍ଲକର ସଗର ଗ୍ରାମ ନିକଟସ୍ଥ ଟିକାପୁଟ ଛକରୁ ଏକ ପିକଅଫ ଭ୍ୟାନ ସହ ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ସୂଚନାନୁଯାଇ ଆଜି ସକାଳେ ମାଛକୁଣ୍ଡଥାନା ଅଧିକାରୀ ବିମଳ କୁମାର ମଲ୍ଲିକ ଲମତାପୁଟ ବିଟ ହାଉସ ଅଧିକାରୀ ଶିବ ପ୍ରସାଦ ଷଢ଼ଙ୍ଗୀ ଓ ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ କିର୍ଷାନି ପୂର୍ବରୁ ସୂଚନା ପାଇ ସଗର ଅଭିମୁଖେ ବାହାରି ଥିଲେ। ଜଲାପୁଟ ରାସ୍ତାଆଡୁ ଗଞ୍ଜେଇ ବୋଝେଇ ପିକଅଫ ଭ୍ୟାନଟି ଆସୁଥିବା ବେଳେ ଟିକାପୁଟ ଛକରେ ପୁଲିସ ଗାଡି ଦେଖି ଗଞ୍ଜେଇ ମାଫିଆ ଓ ଡ୍ରାଇଭର ଗାଡ଼ି ଛାଡ଼ି ପଳାଇ ଯାଇଥିଲେ । ପରେ ପୁଲିସ ଗଞ୍ଜେଇ ବୋଝେଇ ପିକଅଫ ଭ୍ୟାନ କୁ ଲମତାପୁଟ ବିଟ ହାଉସ ଆଣିଥିଲେ । ସେଠାରେ ମାଛକୁଣ୍ଡ ତହସିଲଦାର ତଥା ମାଜିଷ୍ଟେଟଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କରାଯାଇଥିଲା । ଓଜନ ବେଳେ ଗାଡିରେ ୯ କୁଇଣ୍ଟାଲ ୭୦ ଥିବା ଜଣାପଡିଛି । ଏହି ଘଟଣାରେ ଏସଆଇ ପ୍ରଦୀପ କୁମାର ତଦନ୍ତ କରୁଥିବା ଜଣା ପଡିଛି ।