ମାଉଜର ଦେଖାଇ ବ୍ୟବସାୟୀଙ୍କୁ ଲୁଟ୍‌

ମାଉଜର ଦେଖାଇ ବ୍ୟବସାୟୀଙ୍କୁ ଲୁଟ୍‌

ପରଜଙ୍ଗ, ଫେବୃଆରୀ ୨୩: ଆଜି ସକାଳେ ୨ ଜଣ ଦୁର୍ବୃତ୍ତ ମାଉଜର ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ୨ଲକ୍ଷ ୩୪ ହଜାର ଟଙ୍କା ଲୁଟି ନେଇଛନ୍ତି । 
ସୂଚନାଯୋଗ୍ୟ, ମେଣ୍ଡାପଦା ଗ୍ରାମର ବ୍ୟବସାୟୀ ସରୋଜ କୁମାର ସାହୁ ଗ୍ରସରି ହୋଲ୍‌ସେଲ ବ୍ୟବସାୟ କରନ୍ତି । ସେ ଆଜି ଜିନିଷପତ୍ର କିଣିବା ପାଇଁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ କଟକକୁ ଯାଉଥିଲେ । ବାଳିଆପୁର ଜଙ୍ଗଲ ନିକଟରେ ୨ ଜଣ ଦୁର୍ବୃତ୍ତ କଳା ପଲସର ଆସି ତାଙ୍କୁ ଅଟକାଇ ଶ୍ରୀ ସାହୁ ଓ ପିକ୍‌ଅପ୍‌ ଭ୍ୟାନ୍‌ର ଡ୍ରାଇଭରଙ୍କୁ ମାଉଜର ଦେଖାଇ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇ ଫେରାର ହୋଇ ଯାଇଥିଲେ ।