ଅନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗ ଗିରଫ

ଅନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗ ଗିରଫ

ନୟାଗଡ଼, ଫେବୃଆରୀ ୨୮: ପୁଲିସ ୭ ଜଣ ଅନ୍ତଃରାଜ୍ୟ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି । ଏମାନଙ୍କ ଭିତରୁ ୨ଜଣ ମୁମ୍ବାଇର ହୋଇଥିବାବେଳେ ୨ଜଣ ନାଗପୁର,୨ଜଣ ଗୋରଖପୁର ଓ ଜଣେ କୋରାପୁଟ ଜୟପୁର ବୋଲି ଜଣାପଡିଛି । ଆତଙ୍କବାଦୀଙ୍କ ସହିତ ଏମାନଙ୍କ ହାତ ଥାଇପାରେ ବୋଲି ପୁଲିସ ସନ୍ଦେହ କରିଛି । ପୁଲିସ ଏମାନଙ୍କ ପାଖରୁ ପିସ୍ତଲ,ଅଫୁଟାଗୁଳି,ବୋମା ଓ ଗ୍ୟାସ କଟର ମେସିନ ଜବତ କରିଛି ।