ବେଆଇନ୍ କଫ୍ ସିରଫ୍ ଜବତ

ବେଆଇନ୍ କଫ୍ ସିରଫ୍ ଜବତ

ଫୁଲବାଣୀ, ଫେବୃଆରୀ ୨୮: ସରକାରଙ୍କ ପକ୍ଷରୁ ବେଆଇନ ବୋଲି ଘୋଷଣା କରାଯାଇଥିବା ଏକ ସିରଫ୍ ଚୋରା ଚାଲାଣ ବେଳେ ଆଜି କୌଣସି ପ୍ରକାର ଖବର ପାଇ ଟାଉନ୍ ଥାନା ପୋଲିସ୍ ଚଢାଉ କରିଥିଲେ । ଚଢାଉରେ ୬୩୦ ବୋତଲ କଫ୍ ସିରଫ୍ ଜବତ କରିବା ସହିତ ଜେଣ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରିଛି । ତେବେ ଏହି ମାମଲାରର ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ପୋଲିସ୍ କେସ ନଂ ୩୮/୧୭ରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚାଲିଥିବା ଥାନା ସୂତ୍ରରୁ ପ୍ରକାଶ ।

ସୂଚନାନୁସାରେ, କୌଣସି ପ୍ରକାର ଖବର ପାଇ ଟାଉନ୍ ପୋଲିସ୍ ଫୁଲବାଣୀରୁ ଆଠମଲିକ ଯାଉଥିବା ଏକ ଘରୋଇ ବସ୍ ଶ୍ରୀ ଗଣେଶ ଉପରେ ଏଫ୍.ସି.ଆଇ ଛକ ନିକଟରେ ଚଢାଉ କରାଯାଇଥିଲା । ଚଢାଉରୁ ୫ ପେଟି ଡେ଼ଇଲି-ଡ଼ିସି କଫ୍ ସିରାଫ୍ ଜବତ କରିବା ସହିତ ଏହି ମାମଲାରେ ଗାଡ଼ିର ଚାଳକ ସୁନିଲ୍ କୁମାର ପ୍ରଧାନ, କଣ୍ଡକ୍ଟର ବାସୁଦେବ ପ୍ରଧାନ ଓ ହେଲପର ନାରାୟଣ ବଡ଼ମାଳିକୁ ଗିରଫ କରିଛି । ତାସହିତ ଏହି ମାନଙ୍କ ଠାରୁ ସୂଚନା ପାଇ ଫୁଲବାଣୀ ଘରୋଇ ବସଷ୍ଟାଣ୍ଡ୍ ସ୍ଥିତ ଏକ ହୋଟେଲ୍ ଉପରେ ଚଢାଉ କରି ହୋଟେଲ୍ ମାଲିକ ବାଲାର୍କ ପାତ୍ର ସମେତ ଜଣେ ନାବାଳକକୁ ଗିରଫ କରାଯାଇଥିବାର ପୋଲିସ୍ ପ୍ରକାଶ କରିଛି । ଉକ୍ତ ହୋଟେଲ୍ ଉପରେ ଚଢାଉ କରି ପୋଲିସ୍ ୨ ପେଟି ଏହି କଫ୍ ସିରାଫ୍ ଜବତ କରିଥିଲା । ପୋଲିସ୍ ଏହି ଘଟଣାରେ ବସ୍ ନମ୍ବର ଓ.ଆର୍-୧୫ଇ-୫୩୩୨କୁ ମଧ୍ୟ ଜବତ କରିଛି । ଏହି ସିରଫ୍ ଦୀର୍ଘବର୍ଷ ହେଲା ବେଆଇନ ବୋଳି ଘୋଷଣା କରାଯାଇଛି ଏବଂ ଏହାକୁ ମଧ୍ୟ ସଂପୂର୍ଣ୍ଣଭାବେ ବ୍ୟାନ୍ କରାଯାଇଥିବା ତଦନ୍ତରୁ ଜଣାଯାଇଛି । ଏହା ବିଶେଷ କରି ନିଶା ପାଇଁ ବ୍ୟବହୃତ ହେଉଥିବା ଯୋଗୁଁ ଏହାକୁ ଏକ ରକମର ବ୍ୟାନ୍ କରାଯାଇଛି ବୋଲି ମଧ୍ୟ ପୋଲିସ୍ ସୂଚନା ଦେଇଛି ।