ପ୍ରେମରେ ବାଧା ଦେବାରୁ ମା’କୁ ହତ୍ୟା

ପ୍ରେମରେ ବାଧା ଦେବାରୁ ମା’କୁ ହତ୍ୟା

ରାଉର୍‌କେଲା, ଫେବୃଆରୀ ୨୮: ପ୍ରେମରେ ବାଧା ଦେବାରୁ ପ୍ରେମିକ ସହ ମିଶି ଝିଅ ମା’କୁ ହତ୍ୟା କରିଥିବାର ଖବର ରାଉର୍‌କେଲା ଅଂଚଳରେ ଚାଂଚଲ୍ୟ ସୃଷ୍ଟି ହୋଈଛି । ମା ପ୍ରେମରେ ବାଧା ଦେବାରୁ ଝିଅ ଏହି ହତ୍ୟାକାଣ୍ଡ କରିଥିଲା । 
ସୂଚନାନୁସାରେ ରାଉର୍‌କେଲା ସେକ୍ଟର-୭ ଅଞ୍ଚଳରେ ପ୍ରାୟ ୧ ମାସ ତଳେ ଘଟିଥିଲା ଏହି ହତ୍ୟାକାଣ୍ଡ । ମା’ର ମୃତ୍ୟୁକୁ ଝିଅ ଆତ୍ମହତ୍ୟା ବୋଲି କହିଥିଲା । ମାତ୍ର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତଦନ୍ତରୁ ଜଣାପଡିଥିଲା ଏହା ଏକ ହତ୍ୟା । ହତ୍ୟା ହୋଇଛି ଜାଣିବା ପରେ ଧିରେ ଧିରେ ପୋଳିସ୍‌ ସବୁ ଗୁମର ଖୋଲିଥିଲା । ଜଣାପଡିଲା ଝିଅ ନିଜ ପ୍ରେମିକ ସହ ମିଶି ମା’କୁ ହତ୍ୟା କରିଥିଲା । ଉଭୟ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି ।