ଇନ୍ଦ୍ରଧନୁ ମାର୍କେଟ ବୋମାମାଡ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଇନ୍ଦ୍ରଧନୁ ମାର୍କେଟ ବୋମାମାଡ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ଫେବୃୟାରୀ ୨୭: ଇନ୍ଦ୍ରଧନୁ ମାର୍କେଟରେ ବିୟର ପାର୍ଲରକୁ ବୋମାମାଡ ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ନୟାପଲ୍ଲୀ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବାଇକ୍ ମଧ୍ୟ ଜବତ କରିଥିବା ଜଣାପଡିଛି । ପୋଲିସ ଅଭିଯୁକ୍ତଙ୍କୁ ପଚରାଉତରା ଜାରି ରଖିଛି ।
ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟରେ ଥିବା ବିୟର ପାର୍ଲର ଉପରକୁ ୨ଜଣ ଦୁବ ର୍ୃତ ବୋମାମାଡ କରିଥିଲେ । ପୂବ ର୍ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା ସୂଚନା ମିଳିଛି ।
ପାର୍ଲରରେ ଏହି ଦୁଇ ଜଣ ଯୁବକ ମଦ୍ୟପାନ କରୁଥିବାବେଳେ ବଚସା ହୋଇଥିଲା ଫଳରେ ସେମାନେ ବୋମାମାଡ କରିଥିଲେ । ଏହି ବୋମାମାଡ ଦ୍ୱାରା ଜଣେ କର୍ମଚାରୀ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଖବର ମିଳିଛି ।ତାଙ୍କ କାନ୍ଧରେ ଆଘାତ ହୋଇଥିବା ସୂଚନା ମିଳିଛି ।