ପିଉସା ଦୁଷ୍କର୍ମ ଉଦ୍ୟମ

ପିଉସା ଦୁଷ୍କର୍ମ ଉଦ୍ୟମ

ଢେଙ୍କାନାଳ, ଫେବୃଆରୀ ୨୮: ଢେଙ୍କାନାଳ ଟାଉନ୍ ମହିଷାପାଟସ୍ଥିତ ଗଜମରା ଅଞ୍ଚଳର ଜଣେ ନାବାଳିକାକୁ ତାଙ୍କ ସଂପର୍କୀୟ ପିଉସା ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଗତକାଲି ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି । ସୂଚନାନୁସାରେ, ସଂପୃକ୍ତ ନାବାଳିକାଙ୍କ ଘରକୁ ଖୁଣ୍ଟୁଣୀର ଚମ୍ପାପୁର ଅଞ୍ଚଳରେ ରହୁଥିବା ତାଙ୍କ ସଂପର୍କୀୟ ପିଉସା ଆସିଥିଲେ । ‘ପତ୍ନୀଙ୍କ ଦେହ ଖରାପ ଅଛି, ତେଣୁ ସାଙ୍ଗରେ ଝିଅକୁ ନେଇଯିବି’ ବୋଲି ସେ ପରିବାର ଲୋକଙ୍କୁ କହିଥିଲେ । ରାତି ହୋଇଯାଇଥିବାରୁ ତା ପରଦିନ ସକାଳେ ନାବାଳିକା ଝିଅକୁ ସାଙ୍ଗରେ ନେଇ ଯାଇଥିଲେ । ତାକୁ ଗୋଟିଏ ଘରେ ପୂରାଇ କବାଟ ବନ୍ଦ କରି ପିଉସା ମାଡ ମାରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏ ସଂପର୍କରେ କାହାକୁ କହିଲେ ମାରିଦେବାକୁ ଧମକ ଦେଇ ନାବାଳିକା ଝିଅକୁ ଗାଁ ଠାରୁ ଦୂରରେ ଛାଡ଼ି ତାଙ୍କ ପିଉସା ଚାଲିଯାଇଥିଲେ । ନାବାଳିକା ଜଣକ ଘରକୁ ଆସି ପରିବାର ଲୋକଙ୍କୁ ଏ ଘଟଣା ସଂପର୍କରେ କହିଥିଲେ । ଏ ଘଟଣା ସଂପର୍କରେ ଜାଣିବା ପରେ ପରିବାର ଲୋକେ ପିଉସାଙ୍କ ଘରକୁ ଯାଇଥିଲେ ହେଲେ ସେମାନଙ୍କୁ ଦେଖି ସେ ସେଠାରୁ ପଳାଇଯାଇଥିଲେ । ଏ ସଂପର୍କରେ ଟାଉନ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଥିବା ଟାଉନ୍‌ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।