ବ୍ରହ୍ମପୁର: ୪ ଫିଲିପାଇନ୍ସ ନାଗରିକ ଗିରଫ

ବ୍ରହ୍ମପୁର: ୪ ଫିଲିପାଇନ୍ସ ନାଗରିକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମେରାଇନ୍ ଥାନା ପୋଲିସ୍ ଆଜି ୪ ଜଣ  ଫିଲିପାଇନ୍ସ ନାଗରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଫିଲିପାଇନ୍ସର ଏହି ୪ ନାଗରିକ କଟକଣା ଥିବା ଥୁରାଇ ସାଟେଲାଇଟ୍ ଫୋନ୍ରେ କଥା ହେଉଥିବାରୁ ପୋଲିସ୍ ସେମାନଙ୍କୁ ଗିରଫ କରିଥିଲା। 

 ଏମାନେ ଆଇଆରଇରୁ କଳାବାଲି ନେବା ପାଇଁ ଏମ୍ବି ଫର୍ଚୁନ ଜାହାଜରେ ଗୋପାଳପୁର ଆସିଥିଲେ। ଭାରତୀୟ ୱେରଲେସ୍ ଟେଲିଗ୍ରାଫ ଆଇନ ଅନୁସାରେ ଏମାନଙ୍କୁ ଗିରଫ କରାଯାଇଥିବା ପୋଲିସ୍ କହିଛି।