ଦୁଇ ଅଭିଯୁକ୍ତ ଗିରଫ, ପିସ୍ତଲ ଓ ଗୁଳି ଜବତ

ଦୁଇ ଅଭିଯୁକ୍ତ ଗିରଫ, ପିସ୍ତଲ ଓ ଗୁଳି ଜବତ

ବ୍ରହ୍ମପୁର,୨୪/୧୦ ;  ପୂର୍ବ ମାମଲାକୁ ଭିତି କରି ଗତକାଲି ଗଞ୍ଜାମ ଜିଲ୍ଲା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।  ଗୋଳନ୍ଥରା ଥାନା ରଣ୍ଢା ଗ୍ରାମର ରାଜା ଦାସ ଏବଂ କୃଷ୍ଣ ପାଢ଼ୀ ପିସ୍ତଲ ଧରି ଯିବାବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। 
ସୂଚନାଯୋଗ୍ୟ , ଦୀପୁ ଗୌଡ଼, ଶଙ୍କର ଗୌଡ଼, ରାଜା ଦାସ ଏବଂ କୃଷ୍ଣ ପାଢ଼ୀ କୌଣସି ସ୍ଥାନରେ ଅପରାଧିକ କାର୍ୟ୍ୟ କରିବାକୁ ବାଇକ୍ୟୋଗେ ଯାଉଥିବାର ସୂଚନା ପାଇ ଗୋଳନ୍ଥରା ପୁଲିସ ସେମାନଙ୍କ ପିଛା କରିଥିଲା।

ଏମାନଙ୍କ ନାଁରେ ପୂର୍ବରୁ କିଛି ମାମଲା ଅଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ମୁଖ୍ୟ ଅପରାଧୀ ଦୀପୁକୁ ପୁଲିସ ଦୀର୍ଘ ଦିନ ହେବ ଖୋଜୁଥିଲା। ଗିରଫ  ହୋଇଥିବା ଅପରାଧୀ ଦ୍ୱୟଙ୍କ ନିକଟରୁ ଗୋଟିଏ ପିସ୍ତଲ ଏବଂ ଗୁଳି ଜବତ୍ କରାଯାଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।