ଆଇପିଏଲ୍‌-୨୦୧୭ ନିଲାମ୍‌: ବେନ୍‌ ଷ୍ଟ୍ରୋକ୍‌ ସବୁଠୁ ମହଙ୍ଗା

ଆଇପିଏଲ୍‌-୨୦୧୭ ନିଲାମ୍‌: ବେନ୍‌ ଷ୍ଟ୍ରୋକ୍‌ ସବୁଠୁ ମହଙ୍ଗା

ବେଙ୍ଗାଲୁରୁ, ଫେବୃୟାରୀ ୨୦: ସୋମବାର ଦିନ ବାଙ୍ଗାଲୁରୁଠାରେ ଅନୁଷ୍ଠିତ ହେଉଥିବା ଆଇପିଏଲ୍‌ ସିଜିନ୍‌-୧୦ ପାଇଁ ନିଲାମ ଆରମ୍ଭ ହୋଇଛି । ଏଥିରେ ୩୫୪ଜଣ ଖେଳାଳିଙ୍କୁ ନେଇ ଆଇପିଏଲ୍‌-୨୦୧୭ ପାଇଁ  ନିଲାମ କରାଯାଇଛି ।

ଏହି ନିଲାମ ଡାକରାରେ ଚର୍ଚ୍ଚିତ ନାମ ଥିଲେ ଇଂଲଣ୍ଡର ଅଲ୍‌ରାଉଣ୍ଡର୍‌ ବେନ୍‌ ଷ୍ଟୋକ୍‌ସ୍‌ । ୨କୋଟି ଟଙ୍କାରେ ଷ୍ଟୋକ୍‌ସଙ୍କ ନିଲାମ ଡାକରା ଆରମ୍ଭ ହୋଇ ୧୪. ୫ କୋଟି ଟଙ୍କାରେ ଶେଷ ହୋଇଥିଲା । ରାଇଜିଂ ପୁଣେର ଟିମ୍‌ ୧୪.୫ କୋଟି ଟଙ୍କା ମୂଲ୍ୟରେ ବେନ୍‌ ଷ୍ଟୋକ୍‌ସ୍‌ଙ୍କୁ କିଣିଛି । ପୁଣେ ନିଲାମ ଧରିବା ପରେ ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ଦାମୀ ଖେଳାଳି ସ୍ଥାନରେ ରହିଲେ ଷ୍ଟୋକ୍‌ସ୍‌ । ବେନ୍‌ ଷ୍ଟୋକ୍‌ସ କିଛି ଦିନ ଧରି ଏକ ଭଲ ଅଲରାଉଣ୍ଡର ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ନିକଟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ବେନ୍‌ ଭଲ ପଦର୍ଶନ କରିଥିଲେ । ୨୦୧୬ରେ ଖେଳାଯାଇଥିବା ଟ୍-୨୦ ବିଶ୍ୱକପ୍‌ର ଫାଇନାଲରେ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ଚାରୋଟି ବଲରେ ଚାରୋଟି ଛକ୍କା ଖାଇବା ପରେ କିଛି ଦିନ ଧରି ବେନ୍‌ କିଛି ଦିନ ଧରି କ୍ରୀକେଟଠାରୁ ଦୂରେଇ ଯାଇଥିଲେ । ପରେ ଅନ୍ତରାଷ୍ଟ୍ରୀୟ କ୍ରୀକେଟକୁ ଜବରଦସ୍ତ ବାପସି କରିଥିଲେ ବେନ୍‌ ।

୨୦୧୫ରେ ୧୬ କୋଟି ଟଙ୍କାରେ ନିଲାମ ହୋଇ ଯୁବରାଜ ସିଂହ ଏ ଯାବତ୍‌ ପ୍ରଥମ ସ୍ଥାନରେ ଅଛନ୍ତି । ଇଂଲଣ୍ଡ୍‌ ଖେଳାଳି ଟାଇମଲ୍‌ ମିଲ୍‌ସ୍‌ଙ୍କୁ ମଧ୍ୟ ରୟାଲ୍‌ ଚାଲେଞ୍ଜର୍‌ର୍ସ ବେଙ୍ଗାଲୁରୁ ୧୨ କୋଟି ଟଙ୍କାରେ ନିଲାମ ଧରିଛନ୍ତି । ନିଲାମ ଡାକରାରେ ପ୍ରଥମ ଖେଳାଳି ଥିଲେ ମାର୍ଟିନ୍‌ ଗପ୍‌ଟିଲ୍‌ । ୫୦ ଲକ୍ଷ ଟଙ୍କାରେ ନିଲାମ ଡକାଯାଇଥିବା ଏହି ଖେଳାଳିଙ୍କୁ କୌଣସି ଦଳ ନିଲାମ ଧରି ନ ଥିଲେ । ସେହିପରି ଓଡ଼ିଶାର କ୍ରିକେଟର୍‌ ପ୍ରଜ୍ଞାନ ଓଝାଙ୍କୁ ମଧ୍ୟ କେହି ନିଲାମ ଧରି ନ ଥିଲେ।