ବିମୁଦ୍ରାକରଣ ବେଳେ ୨୭ଜଣ ବ୍ୟାଙ୍କ ଅଧିକାରୀ ନିଲମ୍ବିତ, ୬ ଜଣଙ୍କ ବଦଳି

ବିମୁଦ୍ରାକରଣ ବେଳେ ୨୭ଜଣ ବ୍ୟାଙ୍କ ଅଧିକାରୀ ନିଲମ୍ବିତ, ୬ ଜଣଙ୍କ ବଦଳି

ନୂଆଦିଲ୍ଲୀ ୩/୧୨ : ବିମୁଦ୍ରାକରଣ ବେଳେ ୨୭ଜଣ ବ୍ୟାଙ୍କ ଅଧିକାରୀ ନିଲମ୍ବିତ କରାଯାଇଥିବା ବେଳେ ୬ ଜଣଙ୍କ ବଦଳ  କରାଯାଇଛି । ନିଲମ୍ବିତ ଏବଂ ବଦଳି ହୋଇଥିବା ସବୁ ବ୍ୟାଙ୍କ ଅଧିକାରୀ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର।  
ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରି ଏହି ବ୍ୟାଙ୍କ ଅଧିକାରୀମାନେ ବେଆଇନ କାରବାର କରୁଥିବା  ବିଷୟ ଅର୍ଥ ମନ୍ତ୍ରାଳୟ ନିକଟରେ ଅଭିଯୋଗ ହୋଇଥିଲା। ବେଆଇନ୍ କାର୍ୟ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।