‘ଏଲ୍ଆଇସି’ର ରେକର୍ଡ ବିମୁଦ୍ରାୟନ ପ୍ରଭାବ ୫୦ କୋଟି ଟଙ୍କାର ଏକକ ବୀମା କରାଇ

‘ଏଲ୍ଆଇସି’ର ରେକର୍ଡ ବିମୁଦ୍ରାୟନ ପ୍ରଭାବ ୫୦ କୋଟି ଟଙ୍କାର ଏକକ ବୀମା କରାଇ

ମୁମ୍ବାଇ ୩/୧୨: ବିମୁଦ୍ରାୟନ ଫଳରେ  ଭାରତୀୟ ଜୀବନ ବୀମାକୁ ସବୁଠୁ ବଡ଼ ପଲିସି କରାଇବାରେ ସାହାଯ୍ୟ କରିଛି। ଏକ ୫୦ କୋଟି ଟଙ୍କାର ପ୍ରିମିୟମ୍ ପଲିସି କରିଛି ଏଲ୍ଆଇସି’।ଏହି ରେକର୍ଡ ପ୍ରିମିୟମ୍ ‘ଜୀବନ ଅକ୍ଷୟ ପେନ୍ସନ୍ ଯୋଜନା’ରେ ଜଣେ ବ୍ୟକ୍ତି ପୈଠ କରିଛନ୍ତି। ଉକ୍ତ ଭଦ୍ରଲୋକ ରିଆଲ୍ ଇଷ୍ଟେଟ୍ କାରବାର କରନ୍ତି। ତା’ଛଡ଼ା କେତେକ ବଲିଉଡ୍ ସେଲିବ୍ରେଟି ମଧ୍ୟ ବହୁ କୋଟିର ପଲିସି କିଣିଛନ୍ତି। ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ କିଣାଯାଇଛି ୨ କୋଟିର ଏକ ପେନ୍ସନ୍ ପ୍ଲାନ୍। ଉକ୍ତ ଜମାକାରୀଙ୍କୁ ଏଥିରୁ ମାସିକ ଦେଢ଼ ଲକ୍ଷ ଟଙ୍କା ମିଳିବ।