ବେନାମୀ ସମ୍ପତ୍ତି ବିରୋଧରେ କଡ଼ା ଆଇନ ଶୀଘ୍ର: ମୋଦି

ବେନାମୀ ସମ୍ପତ୍ତି ବିରୋଧରେ କଡ଼ା ଆଇନ ଶୀଘ୍ର: ମୋଦି

ନୂଆଦିଲ୍ଲୀ: କଳାଧନ ଓ ଦୁର୍ନୀତି ବିଲୋପପାଇଁ ସରକାରଙ୍କ ପଦକ୍ଷେପକୁ ଅଧିକ ଶାଣିତ କରିବାକୁ ବେନାମୀ ସମ୍ପତ୍ତି ବିରୋଧରେ ଖୁବ୍‌ ଶୀଘ୍ର କଡ଼ା ଆଇନ କାର୍ୟ୍ୟକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଚଳିତ ବର୍ଷର ଶେଷ ମନ୍‌ କୀ ବାତ୍‌ ରେଡ଼ିଓ କାର୍ୟ୍ୟକ୍ରମରେ ମୋଦି ଏହା ପ୍ରକାଶ କରିବା ସହ ବିମୁଦ୍ରାକରଣ ସମ୍ପର୍କରେ ବାରମ୍ବାର ନିୟମ ପରିବର୍ତ୍ତନକୁ ସମର୍ଥନ କରିଛନ୍ତି। ଦେଶବାସୀଙ୍କ ଅସୁବିଧାକୁ ଲକ୍ଷ୍ୟ କରି ଏପରି କରାଯାଉଛି। ଫଳରେ ଲୋକଙ୍କ ସମସ୍ୟା ଦୂର କରିବାକୁ ସରକାର ସମର୍ଥ ହେଉଛନ୍ତି। କଳାଧନ ଓ ଦୁର୍ନୀତି ଦୂରୀକରଣରେ ସରକାର ଚଳାଇଥିବା ଯୁଦ୍ଧ ପ୍ରତି ଜନସାଧାରଣ ସେମାନଙ୍କ ସମର୍ଥନ ବଜାୟ ରଖିବାକୁ ମୋଦି ଅନୁରୋଧ କରିଛନ୍ତି।