ବଜାର କୁ ଅସିଲା ନୁଆ ଆକ୍ଟିଭା ୪ଜି, ମୂଲ୍ୟ ୫୦, ୭୩୦ଟଙ୍କା: ଜାଣନ୍ତୁ ଏହାର ଫାସିଲିଟି

 ବଜାର କୁ ଅସିଲା ନୁଆ ଆକ୍ଟିଭା ୪ଜି, ମୂଲ୍ୟ ୫୦, ୭୩୦ଟଙ୍କା: ଜାଣନ୍ତୁ ଏହାର ଫାସିଲିଟି

ନୂଆଦିଲ୍ଲୀ: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର୍ସ ଇଣ୍ଡିଆ ଆକ୍ଟିଭା ସ୍କୁଟରର ଏକ ନୂତନ ମଡେଲ ଲଞ୍ଚ୍‌ କରିଛି। ଏହାର ନାମ ଆକ୍ଟିଭା ୪ଜି ଓ ଏହାର ମୂଲ୍ୟ ୫୦, ୭୩୦ଟଙ୍କା।
ଆକ୍ଟିଭା ୪ଜିରେ  ଅଟୋମେଟିକ୍‌ ହେଡଲେପ୍‌ ଅନ୍‌(ଏଏଚ୍‌ଓ),  ନୂତନ ଫ୍ରଣ୍ଟ ସିଟ୍‌ କଭର ଡିଜାଇନ୍‌, ଟ୍ୟୁଉବ୍‌ଲେସ୍‌ ଟାୟାର, ମୋବାଇଲ ଚାର୍ଜିଂ ସହିତ ଅଣ୍ଡର ସିଟ୍‌ ଷ୍ଟୋରେଜ୍‌ ଭଳି ଫିଚର ଖଞ୍ଜା ଯାଇଛି।  ନୂତନ ଆକ୍ଟିଭା ୪ଜିରେ ପୁରୁଣା ଆକ୍ଟିଭା ୩ଜି ଭଳି ୧୧୦ସିସି, ଏୟରକୁଲ୍ଡ, ୪-ଷ୍ଟ୍ରାଇକ୍‌ ଇଞ୍ଜିନ୍‌ ଉପଲବ୍ଧ ରହିଛି। ଯାହାକି ୮ଏଚବିର ପାଓ୍ଵାର ଓ ୯ଏନ୍‌ଏମ୍‌ର ଟାର୍କ ପ୍ରଦାନ କରିଥାଏ। 
 

ଏହା ବ୍ୟତୀତ ହୋଣ୍ଡା ଆକ୍ଟିଭା ୪ଜିରେ ଇକୋଲାଇଜର ସହିତ ହୋଣ୍ଡାର ଆଧୁନିକ କମ୍ବୋ ବ୍ରେକ୍‌ ସିଷ୍ଟମ୍‌(ସିବିସି) ରହିଛି। ଏହି ମଡେଲର ସାତଟି ରଙ୍ଗ ବଜାରକୁ ଛଡା ଯାଇଛି। ରଙ୍ଗଗୁଡ଼ିକ ହେଲା ମେଟାଲିକ୍‌ ଟ୍ରନ୍ସ ବ୍ଲୁ, ରେଡ ୍‌, ବ୍ଲାକ୍‌, ହ୍ଵାଇଟ୍‌, ବ୍ରାଉନ୍‌, ସିଲଭର ଓ ଗ୍ରେ ।