ଫେରୁଛି ବଜାରକୁ  ‘ନୋକିଆ ୩୩୧୦’

ଫେରୁଛି ବଜାରକୁ  ‘ନୋକିଆ ୩୩୧୦’

ନୂଆଦିଲ୍ଲୀ, ଫେବୃଆରୀ ୧: ନୋକିଆ ୩୩୧୦ର ଗ୍ରାହକଙ୍କ ପାଇଁ ଖୁସି  ଖବର । ୨୦୦୦ ମସିହାରେ ଲଞ୍ଚ୍‌ ହୋଇଥିବା ନୋକିଆ ୩୩୧୦, ୨୦୧୫ ମସିହାରେ ବଜାରରୁ ଅବସର ନେଇଥିଲା । ସେ ସମୟରେ  ନୋକିଆ ୩୩୧୦ର ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଥିଲା । ଏହି ସେଟ୍‌ଟି ବିଶ୍ୱର ସର୍ବାଧିକ ବିକ୍ରି ହୋଇଥିବା ଫୋନ୍‌ ମଧ୍ୟରେ ମଧ୍ୟ ସାମିଲ ଥିଲା । ପୁର୍ନବାର ଏହି ଫୋନ୍‌ଟି ନୂତନ ଶୈଳୀରେ ବଜାରରେ ପ୍ରବେଶ କରିବାକୁ ଯାଉଛି ବୋଲି ନୋକିଆ କମ୍ପାନି ନିକଟରେ ସୂଚନା ଦେଇଛି।

ରିଲଞ୍ଚ୍‌ ହେଉଥିବା ନୋକିଆ ୩୩୧୦ର ବିଶେଷତ୍ୱ ହେଉଛି, ଏହାର ବ୍ୟାଟେରି ଲାଇଫ୍‌ ପୂର୍ବ ଅପେକ୍ଷା ଦୀର୍ଘସ୍ଥାୟୀ, ସ୍ନେକ୍‌ ୨ ଗେମ ଇତ୍ୟାଦି ସୁବିଧା ଗ୍ରାହକ ଏହି ସେଟ୍‌ରେ ପାଇ ପାରିବେ । ଏହି ସେଟ୍‌ଟି ତାର ମୂଳ ମୁଲ୍ୟ ଠାରୁ କମ୍‌ ମୁଲ୍ୟରେ ଏଣିକି ଗ୍ରାହକ ପାଇ ପାରିବେ (ଟଙ୍କା ୪୧୭୩/- ହେଇପାରେ) ।