ବିଶ୍ୱର ବୃହତମ ହୋଟେଲ

ବିଶ୍ୱର ବୃହତମ ହୋଟେଲ

ବିଶ୍ୱର ବୃହତମ ହୋଟେଲର କାମ ସାଉଦିଆରବର ମକ୍କାଠାରେ ଚାଲିଛି। “ଅବରାଜ କୁଦାଇ” ନାମକ ଏହି ହୋଟେଲର କାମ ଆସନ୍ତା ବର୍ଷ ଶେଷ ହେବା ଅନୁମେୟ।ବିଶେଷକରି ହଜ୍ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ଏହି ହୋଟେଲ ନିର୍ମାଣ କରାଯାଉଛି। ହୋଟେଲର ମୋଟ ଦଶହଜାର କକ୍ଷ ଥିବାବେଳେ ସର୍ବୋଚ୍ଚ ଉଚ୍ଚତାରେ କକ୍ଷଟି ୪.୫ ମହଲାରେ ନିର୍ମିତ। ମୋଟ ୪ଟି ହେଲିପ୍ୟାଡ ହୋଟେଲରେ ରହିଛି। ହୋଟେଲର ମଧ୍ୟଭାଗରେ ଏକ ସୁପର ବଜାର ମଧ୍ୟ ନିର୍ମାଣ କରାଯାଇଛି। ୧.୪ ବର୍ଗମିଟର ଅଂଚଳରେ ନିର୍ମିତ “ଅବରାଜ କୁଦାଇ” ହୋଟେଲର ତିଆରିରେ ୨୩୩ ଆରବ କୋଟି ଖର୍ଚ୍ଚ ହୋଇଛି। ଆମେରିକାର ଲସଭଗୋସ୍ରେ ନିର୍ମିତ ଭେନୋସିଆ ହୋଟେଲ ବିଶ୍ୱର ବୃହତମ ହୋଟେଲ ତାଲିକାର ଶିର୍ଷରେ ଥିଲା। ଏହାର ରେକର୍ଡକୁ କିନ୍ତୁ ମକ୍କାର ଏହି ହୋଟେଲ ପଛରେ ପକାଇଛି। ହୋଟେଲର ସୁରକ୍ଷା ପ୍ରତି ୨୪ ଘନ୍ଟାରେ ଥରେ ପରିବର୍ତନ କରାଯିବ।