ଟଙ୍କା ଉଠାଇ କଟକଣା କୋହଳ, ଏଣିକି ସପ୍ତାହକୁ ଉଠାଇ ହେବ ୫୦ ହଜାର ଟଙ୍କା

ଟଙ୍କା ଉଠାଇ କଟକଣା କୋହଳ, ଏଣିକି ସପ୍ତାହକୁ ଉଠାଇ ହେବ ୫୦ ହଜାର ଟଙ୍କା

ଭୁବନେଶ୍ୱର, ଫେବୃଆରୀ ୨୦: ବିମୁଦ୍ରାକରଣ ପରେ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଜାରି କରାଯାଇଥିବା କଟକଣାକୁ ପୁଣି କୋହଳ କରାଯାଇଛି । ଆଜିଠାରୁ ଗ୍ରାହକମାନେ ବ୍ୟାଙ୍କରୁ ସଞ୍ଚୟ ଖାତାରୁ ସପ୍ତାହକୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ । ପୂର୍ବରୁ ଗ୍ରାହକମାନେ ସପ୍ତାହକୁ ୨୪,୦୦୦ ଟଙ୍କା ଉଠାଇ ପାରୁଥିଲେ । ଟଙ୍କା ଉଠାଣ ପରିମାଣକୁ ବୃଦ୍ଧି କରାଯାଇଥିବାରୁ ଗ୍ରାହକ ସାମାନ୍ୟ ଆଶ୍ୱସ୍ତ ଲାଭ କରିଛନ୍ତି । ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ଟଙ୍କା ଉଠାଣ ନେଇ ସମସ୍ତ ପ୍ରକାର କଟକଣା ଉଠାଇ ଦିଆଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ସୂଚନା ଦିଆଯାଇଛି ।