ଭିମ ଆପକୁ ୧୨୫କୋଟି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ : ପ୍ରଧାନମନ୍ତ୍ରୀ

ଭିମ ଆପକୁ ୧୨୫କୋଟି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଫେବୃଆରୀ ୨୬: ପ୍ରଧାନମନ୍ତ୍ରୀ ମୋଦି ମନ୍‌ କିବ ବାତ୍‌ କାର୍ଯ୍ୟରେ କଳାଧନ ରୋକିବାରେ ଡ଼ିଜିଟାଲାଇଜେସନ୍‌ ତଥା ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରୁଥିବା ପ୍ରକାଶ କରିଛନ୍ତି ମୋଦି । ମୋଦିଙ୍କ ନିଜ ଭାଷଣରେ ବିଜ୍ଞାନର ନୂଆ ରୂପ ନୂଆ ଯୁଗକୁ ଜନ୍ମ ଦେଇଥାଏ । ଯାହାକୁ ନେଇ ଦେଶକୁ ବହୁତ ବୈଜ୍ଞାନିକଙ୍କର ଦରକାର ରହିଛି । ଏଥିପାଇଁ ଯୁବ ବୈଜ୍ଞାନିକ ମାନେ ଆଗକୁ ଆସନ୍ତୁ ବୋଲି ମୋଦି କହିଛନ୍ତି ।
ଗାନ୍ଧିଜୀ କହୁଥିଲେ ବିଜ୍ଞାନରେ ଟେକ୍ନୋଲୋଜିର ବ୍ୟବହାର ସାଧାରଣ ଲୋକଙ୍କ ଜୀବନକୁ କିପରି ସରଳ କରିପାରିବ ସେଥିପାଇଁ କାମ କରିବା ଉଚିତ୍‌ । ସରକାର ଗରୀବ ମାଛଧରାଳୀମାନଙ୍କ ପାଇଁ ମଧ୍ୟ ଏକ ଆପ୍‌ର ନିର୍ମାଣ କରିଛନ୍ତି । ଏହା ସେମାନଙ୍କୁ ପବନର ଦିଗ ଏବଂ ବିପଦ ବିଷୟରେ ସୂଚନା ଦେବ । ଆମର ସମାଜ ଏବଂ ଏହାର ବ୍ୟବସ୍ଥା ଟେକ୍‌ନୋଲୋଜି ଉପରେ ପର୍ୟ୍ୟବେଶିତ ରହିଛି । ‘ଡ଼ିଜି ଧନ ମେଳା’କୁ ବହୁ ସଫଳତା ମିଳିଛି । ଦୁଇ ମାସ ଧରି ୧୫ ହଜାର ଲୋକଙ୍କୁ ଏଥିପାଇଁ ଉପହାର ମଧ୍ୟ ମିଳୁଛି । ୧୫୦ କୋଟିରୁ ଅଧିକ ଟଙ୍କା ଉପହାର ସ୍ୱରୂପ ଦିଆଯାଇଛି । ଏହାଦ୍ୱାରା କୃଷକ, କାରୋବାର, ଗୃହିଣୀ, ଯୁବକ ଏବଂ ବୟସ୍କ ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି ।
ତେଣୁ ଯେଉଁମାନେ ଏହି ଯୋଜନା ଦ୍ୱାରା ପୁରସ୍କାରିତ ହୋଇଛନ୍ତି ସେମାନେ ଏହି ଯୋଜନାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାନ୍ତୁ । ଭ୍ରଷ୍ଟାଚାର ବିରୁଦ୍ଧରେ ସମସ୍ତେ ଜଣେ ଜଣେ ସ୍ୱଚ୍ଛତାର ସୈନିକ ଅଟନ୍ତି । ୧୪ ଅପ୍ରେଲରେ ବାବା ସାହେବ ଜୟନ୍ତୀ ପାଳିତ ହେବାକୁ ଯାଉଛି । ସମସ୍ତେ ସଙ୍କଳ୍ପବଦ୍ଧ ହୋଇ ଘରକୁ ଘର ଯାଇ ଭିମ ଆପକୁ ୧୨୫କୋଟି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି ମୋଦି ।