ନୂତନ ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ପାଇଁ ଯୋଜନା ନାହିଁ

ନୂତନ ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ପାଇଁ ଯୋଜନା ନାହିଁ

ନୂଆଦିଲ୍ଲୀ, ଫେବୃଆରୀ ୨୨: ଦେଶରେ ୧୦୦୦ ଟଙ୍କିଆ ନୋଟ୍‌ ପୁନଃ ପ୍ରଚଳନ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏବଂ କେନ୍ଦ୍ର ସରକାର ନିଷ୍ପତ୍ତି ଖବରକୁ ଅଜି ଅର୍ଥନୈତିକ ବ୍ୟପାର ସଚିବ ଶକ୍ତିକାନ୍ତ ଦାସ ଖଡନ କରିଛନ୍ତି । ଏବଂ କହିଛନ୍ତି ନୂତନ ୧୦୦୦ଟଙ୍କିଆ ନୋଟ୍‌ ପ୍ରଚଳନ କରାଯିବାର ଯୋଜନା ନାହିଁ। 

ସୂଚନାନୁଯାୟୀ, ହଜାର ଟଙ୍କିଆ ନୋଟ୍‌ ପୁଣି ପ୍ରଚଳନ କରାଯିବ ବୋଲି ବରିଷ୍ଠ ସରକାରୀ ଅଧିକାରୀମାନେ କହିଛନ୍ତି ବୋଲି କେତେକ ଗଣମାଧ୍ୟ ଗତକାଲି ପ୍ରକାଶ ପାଇଥିଲା । ସରକାର ନୂଆ ସିରିଜ୍‌ର ୧୦୦୦ ଟଙ୍କିଆ ନୋଟ୍‌ ଆଣିବେ ବୋଲି  କହିଥିଲେ କିନ୍ତୁ  ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିବାର ଯୋଜନା ନାହିଁ ଶ୍ରୀ ଦାସ ଟ୍ଵିଟ୍‌ କରି କହିଛନ୍ତି ।

ଶକ୍ତିକାନ୍ତ ଦାସ ୫୦୦, ୨୦୦୦ ନୋଟ୍‌ର ଏବଂ ତହିଁରୁ କମ୍‌ ଅଙ୍କର ଟଙ୍କା ବ୍ୟବହାର କରିବାକୁ ଅନୁରୁଧ କରିଛନ୍ତି । ୫୦୦, ୨୦୦୦ ନୋଟ୍‌ର ଅସିବାର ଦୁଇ ମାସ ହେବ ଏଟିଏମ୍‌ମାନଙ୍କରେ ଟଙ୍କା ନିଅଣ୍ଟ ପଡୁଥିବା କଥାରେ ସେ କହିଛନ୍ତି କି, ଯେତିକି ଆବଶ୍ୟକ ସେତିକି ଟଙ୍କା କାଢ଼ନ୍ତୁ । ଅଧିକ ଉଠାଣ ଯୋଗୁଁ ଅନ୍ୟମାନେ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ୫୦୦ ଏବଂ ତହିଁରୁ କମ୍‌ ଅଙ୍କର ଟଙ୍କା ଉତ୍ପାଦନ ଉପରେ ଧ୍ୟାନ ଦିଆଯାଉଛି । ୧୦୦, ୫୦୦ ଓ ୨୦୦୦ ଯୋଗାଣରେ ୮୦-୮୫% ବୃଧିପାଇଛି ।