ପେଟ୍ରୋଲ ୮୯, ଡିଜେଲ ୮୬ ପଇସା ବୃଦ୍ଧି କରାଯାଇଛି

ପେଟ୍ରୋଲ ୮୯, ଡିଜେଲ ୮୬ ପଇସା ବୃଦ୍ଧି କରାଯାଇଛି

ନୂଆଦିଲ୍ଲୀ ୭/୧୧: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇଛି । ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଡିଜେଲ ଲିଟର ପିଛା ୮୬ ପଇସା ବଢ଼ାଇଛନ୍ତି ଏବଂ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୮୯ ପଇସା ବଢ଼ାଇଛନ୍ତି । ଏହା ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୬୬ଟଙ୍କା ୪୫ ପଇସାରୁ ୬୭ ଟଙ୍କା ୬୨ପଇସା  ହୋଇଛି । ସେହିପରି ଡିିଜେଲ ଲିଟର ପିଛା ପୂର୍ବର ୫୫ଟଙ୍କା ୩୮ ପଇସା ବଦଳରେ  (ଭାଟ୍ ସମେତ) ୫୬ ଟଙ୍କା ୪୧ ପଇସାକୁ ବୃଦ୍ଧି ଘଟିଛି । ଅକ୍ଟୋବର ୧୬ରେ ପେଟ୍ରୋଲ ୧ଟଙ୍କା ୭୩ ପଇସା ବୃଦ୍ଧି ଘଟିଥିଲା । ମାତ୍ର ଦୁଇ ମାସ ମଧ୍ୟରେ ପେଟ୍ରୋଲ ମୂଲ୍ୟରେ ୭ଟଙ୍କା ୫୩ ପଇସା ବଢ଼ିଛି । ସେହିଭଳି ଡିଜେଲ ମୂଲ୍ୟକୁ ବିଚାରକୁ ନେଲେ ଗୋଟିଏ ମାସରେ ଏଥିରେ ଲିଟର ପିଛା ଏଥିରେ ୩ ଟଙ୍କା ୯୦ ପଇସା ବୃଦ୍ଧି ଘଟିଛି । ଡିଜେଲ ମୂଲ୍ୟରେ ଏହା ତୃତୀୟ ବୃଦ୍ଧି । ଶେଷ ଥର ଲାଗି ଅକ୍ଟୋବର ୧୬ରେ ଡିଜେଲ ଲିଟର ପିଛା ୨ଟଙ୍କା ୭୭ ପଇସା ବଢ଼ିଥିଲା ।